କିଶନନଗର, ୦୨/୧୧/୨୦୨୧ ( ଓଡିଶା ସମାଚାର /ଅଭୟ ଜେନା ) – କଟକ ପାରାଦ୍ୱୀପ ରାସ୍ତା ଏବଂ ତାଳଦଣ୍ଡା କେନାଲ ମଧ୍ୟବର୍ତ୍ତୀ ଗ୍ରାମଟି ମାଣପୁର। ବିଗତ ଶହ ଶହ ବର୍ଷ ରୁ ଉର୍ଦ୍ଧ ହେବ ଏହି ଗ୍ରାମ ରେ ପାଞ୍ଚ ହଜାର ଲୋକ ବସବାସ କରିଆସୁଛନ୍ତି । ସେମାନେ କିନ୍ତୁ ବିଭିନ୍ନ ମୌଳିକ ସୁବିଧା ସୁଯୋଗ ରୁ ବଞ୍ଚିତ । ତାଳଦଣ୍ଡା କେନାଲ ପାରହେଲା ପରେ ପିଲାମାନେ ସ୍କୁଲ କୁ ପାଠ ପଢିବା ପାଇଁ ଯାଇଥାନ୍ତି । ସମସ୍ତ ଚାଷଜମି,ଶିଶୁ ମନ୍ଦିର ଏବଂ ଲୋକଙ୍କ ଘର ଆରପଟେ ରହିଥିବାରୁ ଲୋକଙ୍କୁ କେନାଲ ପାର ହେବାକୁ ପଡେ । ଶିଶୁମନ୍ଦିର କୁ ଛୋଟ ପିଲାମାନେ ପାଠ ପଢିବାକୁ ଯିବାପାଇଁ ପୋଲଟିଏ ନଥିବାରୁ ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି । ପୋଲ ନଥିବାରୁ ପ୍ରାୟ ଦୁଇ କିମି ବୁଲାଣି ଅତିକ୍ରମ କରି ଯିବାକୁ ପଡିଥାଏ । ଏଣୁ ତାଳଦଣ୍ଡା କେନାଲ ଉପରେ ଉକ୍ତ ସ୍ଥାନ କୁ ଏକପାଦଚଲା ସେତୁ ନିର୍ମାଣ କରାଯିବା କୁ ପ୍ରଶାସନ ନିକଟରେ ସମାଜସେବୀ କିରଣ ଚନ୍ଦ୍ର ସାହୁ, ଅଜୟ କୁମାର ବେହେରା, ପ୍ରଶାନ୍ତ ମିଶ୍ର,କୃଷ୍ଣ ଚନ୍ଦ୍ର ସାହୁ,ଶ୍ରୀଧର ମହାନ୍ତି,ନବକିଶୋର ବସ୍ତିଆ,ରବିନାରାୟଣ ସାହୁ,ସରୋଜ କୁମାର ସାହୁ, ପ୍ରସନ୍ନ ମିଶ୍ର ପ୍ରମୁଖ ବାସିନ୍ଦା ମାନେ ଦାବି କରିଛନ୍ତି । ଓଡିଶା ସମାଚାର