କେନ୍ଦ୍ରାପଡ଼ା,୦୨/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହର ଉପକଣ୍ଠ ଚକ୍ରୋଡା ପଂଚାୟତର ପ୍ରସିଦ୍ଧ କନ୍ତିଆ ମଠରେ ମହାନ ସାଧକ ମଧୁସୁଦନ ଦାସ(ମଧୁବାବା)ଙ୍କ ପଂଚମ ଦାୟାଦ ଯୋଗେନ୍ଦ୍ର ଦାସ(ଯୋଗୀବାବା)ଙ୍କ ୫୪ତମ ତିରୋଧାନ ଉତ୍ସବ ଚିରାଚରିତ ପ୍ରଥା ଏବଂ କୋଭିଡ ନିୟମ ଅନୁପାଳନ ପୂର୍ବକ ପାଳିତ ହୋଇଯାଇଛି । ମଠର ମହନ୍ତ ମହାରାଜ ସିଦ୍ଧାର୍ଥଶଙ୍କର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଓଳାଶୁଣୀ ମଠର ମହନ୍ତ ରାମାନନ୍ଦ ଦାସ ଓ ନାଉପାଳ ମଠର ମହନ୍ତ ପରାଶର ଦାସଙ୍କ ସମେତ ରାଜ୍ୟର ପ୍ରତିଷ୍ଠିତ ସାଧୁସନ୍ଥମାନେ ମଧୁବାବା ଏବଂ ଯୋଗୀବାବାଙ୍କ ସମାଧିପୀଠରେ ଉପସ୍ଥିତ ରହି ପୂଜାର୍ଚ୍ଚନା ଓ ସଂକୀର୍ତନ କରିଥିଲେ । ଏହି ଅବସରରେ ସଂଗୀତ ନିର୍ଦେଶକ ସତ୍ୟପ୍ରୀୟ ଦାସଙ୍କ ସଂଯୋଜନା ଓ ମହନ୍ତ ପରାଶର ଦାସଙ୍କ ପରିଚାଳନାରେ ଏକ ମନୋଜ୍ଞ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆକାଶବାଣୀର ସ୍ୱିକୃତିପ୍ରାପ୍ତ କଣ୍ଠଶିଳ୍ପୀ ରାଜେନ୍ଦ୍ର ସ୍ୱାଇଁ, ରଞ୍ଜନ ବେହୁରା, ବସନ୍ତ ପତି, ପ୍ରଭାତୀ ମହାନ୍ତି, କୁମକୁମ ପାତ୍ର, ପ୍ରଭାକର ସାହୁ ପ୍ରମୁଖ ଶିଳ୍ପୀମାନେ ଯୋଗଦେଇ ମଧୁବାବାଙ୍କ ସ୍ୱରଚିତ ସଂଗୀତ ଗାନ କରିଥିଲେ । ବାଦ୍ୟଯନ୍ତ୍ରରେ ଗୌରାଙ୍ଗ ଜେନା, ପ୍ରଦୁ୍ୟମ୍ନ ଜେନା, ଶ୍ରୀନାଥ, ଇନ୍ଦ୍ରମଣୀ ପଣ୍ଡା ପ୍ରମୁଖ ସହାୟତା କରିଥିଲେ । ଗିତୀକାର ସୁବାଷ ପାତ୍ର, ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ, ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ସରପ ବସନ୍ତ କୁମାର ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ସମିତିସଭ୍ୟ ଶିବ ପ୍ରସାଦ ବିଶ୍ୱାଳ, ବରିଷ୍ଠ କଂଗ୍ରେସ ନେତା ଫକିର ଚରଣ ଖଟୁଆ, ସରକାରୀ ଓକିଲ ସଞ୍ଜୟ ଜେନା, ଭରତପୁର ସମିତି ସଭ୍ୟ ହେମନ୍ତ ବିଶ୍ୱାଳ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବରେ ଯୋଗଦେଇଥିଲେ । ଓଡ଼ିଶା ସମାଚାର
