Wednesday , May 31 2023
Breaking News
Home / ବିଶେଷ / ଆନ୍ତର୍ଜାତିକ ଵ୍ରାଣ୍ଡର ଵାସୀ ଖାଦ୍ୟ ବିକ୍ରି,ବାଦାମବାଡ଼ି କେଏଫସିରେ ସିଏମସିର ଚଢାଉ

ଆନ୍ତର୍ଜାତିକ ଵ୍ରାଣ୍ଡର ଵାସୀ ଖାଦ୍ୟ ବିକ୍ରି,ବାଦାମବାଡ଼ି କେଏଫସିରେ ସିଏମସିର ଚଢାଉ

 କଟକ ସଦର, ୦୨/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ଏଵେ ନକଲି ସାମଗ୍ରୀ ହଵ୍ ପାଲଟି ଥିଵା ଚର୍ଚ୍ଚାର ଵିଷୟ ହୋଇଥିବା ବେଳେ ବାଦାମବାଡ଼ି ରେ ଥିଵା ଆନ୍ତର୍ଜାତିକ ଵ୍ରାଣ୍ଡର ଏକ ରେଷ୍ଟୁରାଣ୍ଟ କେଏଫସିରେ ଵାସୀ ଓ ନିମ୍ନ ମାନର ନକଲି ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଏଥିପାଇଁ ଆଜି ମଙ୍ଗଳବାର କଟକ ମହାନଗର ନିଗମର ଖାଦ୍ୟ ସୁରକ୍ଷା ସ୍କ୍ୱାର୍ଡ ଉକ୍ତ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ କରି ଵାସୀ ଚିକେନ୍,ଵାସୀ ଵ୍ରେଡ ଓ ଅନ୍ୟାନ୍ୟ ନିମ୍ନ ମାନର ଖାଦ୍ୟ ସାମଗ୍ରୀ ଜଵତ କରି ତାହାର ମାନ ନିର୍ଦ୍ଧାରଣ ପାଇଁ ନମୁନା ପରୀକ୍ଷା ଗାରକୁ ପଠାଇ ଥିଵା ଜଣାଯାଇଛି। ଏଥିସହିତ ରେଷ୍ଟୁରାଣ୍ଟର ଲାଇସେନ୍ସ ଜଵତ କରି ତାହାର ବୈଧତା କୁ ଯାଞ୍ଚ କରୁଥିବା ବେଳେ ରେଷ୍ଟୁରାଣ୍ଟକୁ ସିଲ୍ କରାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.