Friday , June 2 2023
Breaking News
Home / ସ୍ୱାସ୍ଥ୍ୟ / ଅମାନିଆଙ୍କୁ ଗାଁ,ସାହି,ସହରେ ଖୋଜି ଟିକା ଦେଵା ଅଭିଯାନ ଆରମ୍ଭ

ଅମାନିଆଙ୍କୁ ଗାଁ,ସାହି,ସହରେ ଖୋଜି ଟିକା ଦେଵା ଅଭିଯାନ ଆରମ୍ଭ

କଟକ ସଦର, ୦୨/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଅମାନିଆ ଙ୍କୁ ଗାଁ,ସାହି,ସହର ସାରା ଖୋଜି ଖୋଜି ଟିକା ଦେଵାକୁ ଆଜି ମଙ୍ଗଳବାର ଠାରୁ ସରକାରଙ୍କ ଅଭିଯାନ ଆରମ୍ଭ ହୋଇଥିଵା ପରିପ୍ରେକ୍ଷୀରେ କଟଟ ସ୍ୱାସ୍ଥ୍ୟ ଜିଲ୍ଲା ଅନ୍ତର୍ଗତ ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି। ସେଥିପାଇଁ ଆଜି ଦଧିବାମନପୁର, କିଶନନଗର, ଯଶପଡା, ପରମହଂସ ପଞ୍ଚାୟତ ସହ ଗତିରାଉତପାଟଣା ଠାରେ ଥିଵା ଵସୁନ୍ଧରାର ଅନ୍ତେବାସୀଙ୍କୁ କରୋନା ପ୍ରତିଷେଧକ ଟିକା ଦିଆ ଯାଇଥିଵା ଜଣାଯାଇଛି। ପରମହଂସ ସରପଞ୍ଚ ମିନତୀ ଵେହେରା, ସମାଜସେବୀ ଦଇତାରୀ ବେହେରା ଓ ଶ୍ରମିକ ନେତା କମଲ ଵାଵୁଙ୍କ ଉଦ୍ୟମରେ ଟିକାକରଣ ସଫଳ ହୋଇଥିବା ଜଣାପଡିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.