କେନ୍ଦ୍ରାପଡ଼ା,୦୧/୧୧/୨୦୨୧(ଓଡ଼ିଶା ସମାଚାର)- ସର୍ବଭାରତୀୟ ୟୁନାଇଟେଡ୍ ଟ୍ରେଡ୍ ୟୁନିୟନ ପକ୍ଷରୁ ସୋମବାର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ଏକ ୧୨ ଦଫା ସମ୍ବଳିତ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି । ଶ୍ରମିକ ବିରୋଧି ଆଇନ ପ୍ରତ୍ୟାହାର, କୃଷକ ବିରୋଧି ୩ଟି କୃଷି ଆଇନକୁ ପ୍ରତ୍ୟାହାର, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ, ରେଳବାଇ, ବିଦୁ୍ୟତ, ବ୍ୟାଙ୍କ, ଇନସୁରାନ୍ସ କମ୍ପାନି, କୋଇଲା, ଇସ୍ପାତ, ଭାରତୀୟ ସଂଚାର ନିଗମ, ବିମାନ ବନ୍ଦର ଇତ୍ୟାଦିକୁ ଘରୋଇକରଣ ନକରିବା ପାଇଁ ଏବଂ ମଧ୍ୟାହ୍ନ ଭୋଜନ କର୍ମୀ, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ସହାୟିକା ମାନଙ୍କୁ ନିୟମିତ କରାଯିବା ସହିତ ସେମାନଙ୍କୁ ମାସିକ ୨୧ହଜାର ଟଙ୍କା ଦରମା ପ୍ରଦାନ କରାଯିବା ପାଇଁ ଆନ୍ଦୋଳନକାରୀ ମାନଙ୍କର ମୁଖ୍ୟ ଦାବି ରହିଥିଲା । ସର୍ବଭାରତୀୟ ୟୁନାଇଟେଡ୍ ଟ୍ରେଡ୍ ୟୁନିୟନ ପକ୍ଷରୁ ଏଲିନା ସାମନ୍ତରାୟ, ମନୋଜ କୁମାର ନାୟକ, ଗୌତମ ମଲ୍ଲିକ, ପ୍ରହଲ୍ଲାଦ ନାୟକ, ଅନନ୍ତ ଚରଣ ବେହେରା, ଜୟନ୍ତୀ ଜେନା, ଜେମାମଣୀ ସାମଲ, ଗଣେଶ ମହାନ୍ତି ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର
