Sunday , December 5 2021
Home / ବିଶେଷ / ରବିବାସରୀୟ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରବିବାସରୀୟ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

କେନ୍ଦ୍ରାପଡ଼ା, ୦୧/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ରବିବାସରୀୟ ସାହିତ୍ୟ ଆସର ଓ କବିତା ପାଠୋତ୍ସବ  ସଭାପତି ଡଃ. ବାସୁଦେବ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ, ଉପସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ, ରାମକୃଷ୍ଣ ଦାଶ, ସତୀର୍ଥର ସଭାପତି ଅମର ପ୍ରସାଦ ରାଉତ, ଆମ ଗାଁ ସାହିତ୍ୟ ପରିଷଦ ସମ୍ପାଦକ ସ୍ୱପ୍ନାଶୁ ଦାସ, କବି ତ୍ରିଲୋଚନ ଜେନା, ଅଧର ଚନ୍ଦ୍ର ଜେନା, ଅଜୟ ପାତ୍ର, ତୃପ୍ତିମୟୀ ଜେନା, ସମ୍ବାଦ ସାହିତ୍ୟ ଘର ସମ୍ପାଦକ ଆଦିକନ୍ଦ ରାଉଳ, ନର୍ମଦା ପ୍ରଧାନ, ସାମ୍ବାଦିକ ଆଶିଷ ସେନାପତି ପ୍ରମୁଖ ଯୋଗଦେଇ ଜଗତିକରଣରେ ସାହିତ୍ୟର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଚଳିତବର୍ଷ ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିବା ଅବଦୁଲ ରାଜେତ ଗୋସ୍ୱାମୀ ସାହିତ୍ୟରେ ମାନବିକତାର ଚିତ୍ରରେ ପରିପୂର୍ଣ୍ଣ  । ଏଣୁ ସାହିତି୍ୟକମାନେ ସମାଜର ପରିବର୍ତନ ଓ ଜୀବନର ଉଚ୍ଚ ଆଦର୍ଶବୋଧର ବାର୍ତା ବହନ କଲେ ସାହିତ୍ୟ ରଚନା କାଳଜୟୀ ହୋଇପାରିବ । ଏହି ଅବସରରେ କବି ଅଶୋକ କୁମାର ସାହୁଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦ରୁ ଉଦ୍ଧ୍ୱର୍ କବି ଅଂଶଗ୍ରହଣ କରିଥିବା ବେଳେ କବି କାର୍ତିକ ଚରଣ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରାରମ୍ଭରେ ସ୍କାଉଟରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ରାଧାକୃଷ୍ଣ ଦାସଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡ଼ାରେ ଜୱାଦ ବାତ୍ୟା ପାଇଁ ୪୮୨ ଜଣ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

କେନ୍ଦ୍ରାପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)- ପଶ୍ଚିମ କେନ୍ଦ୍ରୀୟ ବେଙ୍ଗାପସାଗରରେ ସ୍ପଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ‘ଜୱାଦ’ ବାତ୍ୟାର ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା …

Leave a Reply

Your email address will not be published. Required fields are marked *