Saturday , August 20 2022
Breaking News
Home / ଶିକ୍ଷା / ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଏବର୍ଷ ଵାହାରିଵ ନାହିଁ ‘ପରୀକ୍ଷା ଦର୍ପଣ’

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଏବର୍ଷ ଵାହାରିଵ ନାହିଁ ‘ପରୀକ୍ଷା ଦର୍ପଣ’

କଟକ ସଦର , ୦୧/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା): ଏଥର ପ୍ରକାଶ ପାଇଵ ନାହିଁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ‘ପରୀକ୍ଷା ଦର୍ପଣ’।କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ଶ୍ରେଣୀ ପାଠପଢ଼ା ପ୍ରଭାବିତ ହୋଇଥିଵା ଏବଂ ମାଟ୍ରିକ ପରୀକ୍ଷା ବାତିଲ କରାଯାଇଥିବା ପରିପ୍ରେକ୍ଷୀରେ ୨୦୨୧ ପରୀକ୍ଷାର୍ଥୀ ଙ୍କ ଚାପ କମାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସହାୟକ ପୁସ୍ତିକା ପ୍ରକାଶ କରାଯାଇଥିଲା। ହେଲେ ଏଵେ କରୋନା ସଂକ୍ରମଣ ହ୍ରାସ ପାଇ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଥିବାରୁ କେଵଳ ୨୦୨୨ ପରୀକ୍ଷାର୍ଥୀ ଙ୍କ ପାଇଁ ସେଭଳି  କୈ।ଣସି ପୁସ୍ତିକା ପ୍ରକାଶ ପାଇଵ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ଅସମର୍ଥିତ ସୂତ୍ରରୁ ଜଣାପଡିଛି। ୨୦୨୦-୨୧ ଶିକ୍ଷା ଵର୍ଷରେ ଶ୍ରେଣୀ ପାଠପଢ଼ା ସଂପୁର୍ଣ୍ଣ ଵନ୍ଦ କରାଯାଇ ପିଲାମାନଙ୍କ ସହାୟକ ପାଇଁ ସହାୟକ ପୁସ୍ତିକା ପ୍ରକାଶ କରାଯାଇଥିବା ବେଳେ ସେଗୁଡିକ ପିଲାଙ୍କ ସହାୟକ ନ‌ହୋଇ ବିଦ୍ୟାଳୟ ମାନଙ୍କରେ ପଡି ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଏହି ସହାୟକ ପୁସ୍ତିକା’ ପରୀକ୍ଷା ଦର୍ପଣ’କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସମାଚାର

About admin

Check Also

କଲେଜ ବାଣିଜ୍ୟ ବିଭାଗର ଟପ୍ପର ଶକ୍ତିମୟୀ ଚାଟାର୍ଡ ଆକାଉଂଟାଂଟ ହେବେ

କେନ୍ଦ୍ରାପଡା, ୧୩/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ବାଣିଜ୍ୟ ବିଭାଗ ସମ୍ମାନର ଛାତ୍ରୀ ଶକ୍ତିମୟୀ ପ୍ରଧାନ …

Leave a Reply

Your email address will not be published.