ଗରଦପୁର ,୦୧/୧୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ସାନ ଅଢ଼ଙ୍ଗା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ପାଟକୁରା ପ୍ରଗତି ମଂଚ ପକ୍ଷରୁ ଓ ଭୂମିକା ଚକ୍ଷୁ ହସପିଟାଲ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଶିବିରକୁ ପ୍ରଗତି ମଂଚ ସଭାପତି ତଥା ଜିଲା ପରିଷଦ ସଦସ୍ୟ ସନ୍ତୋଷ ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ସରପଂଚ ପ୍ରତିନିଧି ନୟନ ବଲଭ ମହାନ୍ତି, ପୂର୍ବତନ ସରପଂଚ ଅଶୋକ ମହାରଣା,ଡ଼ ଅମିୟ କୁମାର ପାତ୍ର, ସନାତନ ଦାସ ଓ ଅଶୋକ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଶିବିରରେ ୧୩୦ ଜଣ ରୋଗୀ ଯୋଗଦେଇ ସେମାନଙ୍କ ଚକ୍ଷୁ ପରୀକ୍ଷା କରାଇଥିଲେ । ସେମାନଙ୍କ ମଧ୍ୟରୁ ୩୦ ଜଣ ରୋଗୀ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ମନୋନୀତ ହୋଇଥିଲେ । ରୋଗୀମାନଙ୍କୁ ଡ଼ ଅମିୟ କୁମାର ପାତ୍ର , ମମତା ପ୍ରଧାନ, ମହେଶ୍ୱର ସେଠୀ ପ୍ରମୁଖ ଚିକିତ୍ସା କରିଥିଲେ । ଏହି ଶିବିର ପରିଚାଳନାରେ ମିନତି ପଣ୍ଡା, ହେମନ୍ତ ମଲିକ, ଧୀରେନ୍ଦ୍ର ମଲ,ଅଜୟ ମହାପାତ୍ର,ଉମାକାନ୍ତ ଜେନା, ପ୍ରଭାତ ଖୁଂଟିଆ,କ୍ଷୀରୋଦ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର