Tuesday , August 16 2022
Breaking News
Home / ବିଶେଷ / ମର୍ଣ୍ଣିଙ୍ଗ କ୍ଲବ ପକ୍ଷରୁ ବନ୍ଧୁ ମିଳନ

ମର୍ଣ୍ଣିଙ୍ଗ କ୍ଲବ ପକ୍ଷରୁ ବନ୍ଧୁ ମିଳନ

 ପାରାଦୀପ,୦୧/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ମଧୁବନସ୍ଥିତ ମର୍ଣ୍ଣିଙ୍ଗ କ୍ଲବ ପକ୍ଷରୁ ରବିବାର ଦିନ ଏକ ବନ୍ଧୁ ମିଳନ ଆୟୋଜିତ ହୋଇଥିଲା । ଅଧୁନା ପ୍ରତିଟି ମଣିଷ ନିଜକୁ ସୁସ୍ଥ ରଖିବା ପାଇଁ ପ୍ରୟାସ ଆରମ୍ଭ କଲେଣି । ଏହିକ୍ରମରେ ପାରାଦୀପ ମଧୁବନ ଅଂଚଳର ପୁରୁଷ ଓ ମହିଳାମାନେ ଏନ୍.ଏ.ସି. ପଡିଆରେ ପ୍ରତ୍ୟେକ ଦିନ ପ୍ରାତଭ୍ରମଣ କରିବା ସହିତ ଯୋଗ, ଖେଳକୁଦ ଆଦି କରିଥାନ୍ତି । ନିଜ ନିଜ ଭିତରେ ବନ୍ଧୁତ୍ୱ ଓ ଭ୍ରାତୃଭାବ ବୃଦ୍ଧି କରିବା ପାଇଁ ଏହି ବନ୍ଧୁ ମିଳନର ଆୟୋଜିତ ହୋଇଥିଲା । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ କୁ ସୁମନ୍ତ ସ୍ୱାଇଁ(ଆଲୋକ), ସଂଗ୍ରାମ ବିଶ୍ୱାଳ, ସରୋଜ କୁମାର ଦାସ,ସୁଶାନ୍ତ କୁମାର ସେଠୀ ପ୍ରମୁଖ ପରିଚାଳନା କରଥିିଲେ । ଓଡ଼ିଶା ସମାଚାର

About admin

Check Also

ଅପରାହ୍ନରେ ହୀରାକୁଦ ଜଳ ଭଣ୍ଡାରର ଗେଟ୍ ଖୋଲାଯିବା ନେଇ ନିଷ୍ପତ୍ତି

ଭୁବନେଶ୍ୱର,୧୬/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଜଳସ୍ଥର ବଢ଼ିବାରେ ଲାଗିଛି । ବର୍ତମାନ ହୀରାକୁଦ ଜଳ ଭଣ୍ଡାରର ଜଳସ୍ଥର ୬୨୬.୦୮ …

Leave a Reply

Your email address will not be published.