କେନ୍ଦ୍ରାପଡ଼ା, ୦୧/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ବିଶିଷ୍ଟ ସମବାୟବିତ ତଥା ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ପଦ୍ମ ଚରଣ ନାୟକଙ୍କ ଷଷ୍ଠତମ ଶ୍ରାଦ୍ଧବାର୍ଷିକୀ ପାଳନ ନିମନ୍ତେ ସ୍ଥାନୀୟ ଗୁଲନଗର ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ନଭେମ୍ବର ୧୧ତାରିଖରେ କୋଭିଡ କଟକଣା ମଧ୍ୟରେ ସ୍ୱର୍ଗତ ନାୟକଙ୍କ ଶ୍ରାଦ୍ଧଉତ୍ସବ ଅନୁଷ୍ଠିତ ହୋଇ ବିଧି ମୁତାବକ ପାଳନ ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତି ହୋଇଥିଲା । ଏହି ବୈଠକରେ ସେବାନିବୃତ ଶିକ୍ଷକ ଭରତ ଚନ୍ଦ୍ର ସାହୁ, ରବୀନ୍ଦ୍ର ନାଥ ରଥ, ବରିଷ୍ଠ ଆଇନଜୀବୀ ସରୋଜରାଜ ସିଂ, ଶ୍ରମିକନେତା ମୁକ୍ତାର ଖାଁ, ନଳିନୀକାନ୍ତ ପୃଷ୍ଟି, ଶରତ କୁମାର ବେହେରା, ଉପେନ୍ଦ୍ର ନାଥ କର, କୁଳମଣୀ ନାୟକ, ଗୁଲନଗର ସରପଂଚ ପୀତବାସ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରମଣୀ ନାୟକ, ଗଗନ ବିହାରୀ ବେହେରା, ଅର୍ବାନ ବ୍ୟାଙ୍କର ବରିଷ୍ଠ ପଦାଧିକାରୀ ସୁଶିଲ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ୍ଓଡ଼ିଶା ସମାଚାର