Monday , November 29 2021
Breaking News
Home / ବିଶେଷ / ଫକୀରମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ନୂତନ ଏନସିସି ଅଫିସର ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ଫକୀରମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ନୂତନ ଏନସିସି ଅଫିସର ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବାଲେଶ୍ଵର, ୦୧/୧୧/୨୦୨୧(ଓଡ଼ିଶା ସମାଚାର)- ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ବାଣିଜ୍ୟ ବ୍ଲକ ପରିସର ରେ ଏନସିସି ଗୃହ ରେ ମହା ଆଡ଼ମ୍ବର ସହକାରେ ଏନସିସି ଆର୍ମି ୱିଙ୍ଗ ପୁରୁଷ ବିଭାଗ ର ନୂତନ ତାଲିମ ପ୍ରାପ୍ତ ଏନସିସି ଅଫିସର ଶ୍ରୀ ଆଶିଷ କୁମାର ପଣ୍ଡା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରା ଯାଇ ଅଛି। ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ପ୍ରଫେସର ସଙ୍ଗୀତା ସାହୁ ଅଧ୍ୟକ୍ଷତା କରି ଶ୍ରୀ ପଣ୍ଡା ଙ୍କୁ ପୁଷ୍ପ ଗୁଛ ଦେଇ ସ୍ଵାଗତ କରିବା ସହିତ କ୍ୟାଡେଟ ମାନଙ୍କୁ ଆଗକୁ ଯିବା ପାଇଁ ପ୍ରେରଣା ଦେଇ ଥିଲେ। କାର୍ୟ୍ୟକ୍ରମ ର ସଂଯୋଜକ ଏନସିସି ମହିଳା ବିଭାଗ ର ଅଫିସର ଡକ୍ତର ବିଦ୍ୟୁତ ପ୍ରଭା ଦାସ ଏନସିସି ଅଫିସର ଶ୍ରୀ ପଣ୍ଡା ଙ୍କୁ ସ୍ଵାଗତ କରିବା ସହିତ କ୍ୟାଡେଟ ମାନଙ୍କର ଉତ୍ତୋରତ୍ୱର ମଙ୍ଗଳ କାମନା କରିଥିଲେ। ନାଭାଲ ୱିଙ୍ଗ ର ଅଫିସର ଶ୍ରୀ ପ୍ରଶାନ୍ତ ସାହୁ,ପୂର୍ବତନ ନାଭାଲ ଅଫିସର ଶ୍ରୀ ଜ୍ୟୋତି ପ୍ରକାଶ ମହାନ୍ତି, ଏନଏସଏସ ଅଫିସର ଶ୍ରୀ ସୁଶାନ୍ତ ବାଗ ଯୋଗ ଦାନ କରି କ୍ୟାଡେଟ ମାନଙ୍କୁ ପ୍ରେରଣା ଦେଇ ଥିଲେ। ମହାବିଦ୍ୟାଳୟ ର ପୂର୍ବତନ ଏନସିସି ଅଫିସର ତଥା ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ଡକ୍ତର ସନ୍ତୋଷ କୁମାର ରାଉତ ଯୋଗ ଦାନ କରି ନିଜସ୍ଵ ବକ୍ତବ୍ୟ ରଖିଥିଲେ। ଏହି କାର୍ୟ୍ୟକ୍ରମ ରେ ଏନସିସି କ୍ୟାଡେଟ ମାନଙ୍କ ସହିତ ପୁରାତନ ଏନସିସି କ୍ୟାଡେଟ ମାନେ ସକ୍ରିୟ ଅଂଶ ଗ୍ରହଣ କରି ପ୍ୟାରେଡ ସହ କାର୍ୟ୍ୟକ୍ରମ ର ସମାପନ କରି ଥିଲେ। ଓଡ଼ିଶା ସମାଚାର

About admin

Check Also

ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରାଥମିକ ଶିକ୍ଷା ସଚେତନତା ପାଇଁ ଗୁଞ୍ଜରଣ ଯାତ୍ରା

ବାଲିଗୁଡା,୨୮/୧୧ /୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସ୍ତରୀୟ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା …

Leave a Reply

Your email address will not be published. Required fields are marked *