Saturday , June 3 2023
Breaking News
Home / ବିଶେଷ / ପ୍ରେମ ବ୍ୟାପାରକୁ ନେଇ ରାଜଧାନୀରେ ଛୁରାମାଡ଼

ପ୍ରେମ ବ୍ୟାପାରକୁ ନେଇ ରାଜଧାନୀରେ ଛୁରାମାଡ଼

ଭୁବନେଶ୍ୱର,୦୧/୧୧/୨୦୨୧(ଓଡ଼ିଶା ସମାଚାର)- ରାଜଧାନୀ ଉପକଂଠ ଶୈଳଶ୍ରୀ ବିହାରରେ ପ୍ରେମ ବ୍ୟାପାରକୁ ନେଇ ମା ଓ ଝିଅଙ୍କୁ ଛୁରାମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ମା ଓ ଝିଅଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରେମ ବ୍ୟାପାରକୁ ନେଇ ସମ୍ପୃକ୍ତ ଯୁବକ ଛୁରାମାଡ଼ କରିଥିବା ପ୍ରାଥମିକ ସୂଚନା ରୁ ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ ପ୍ରେମ ବ୍ୟାପାରକୁ ନେଇ  ପୂର୍ବରୁ ଗଣ୍ଡଗୋଳ ଥିଲା । ଆଜି ସେହି ଗଣ୍ଡଗୋଳ ମଧ୍ୟ ହୋଇଥିଲା । ସମ୍ପୃକ୍ତ ଯୁବକ ତାଙ୍କ ଘରେ ପସି ମାଆ-ଝିଅଙ୍କୁ ଛୁରାମାଡ଼ କରିଛି। ଆକ୍ରମଣ କରିବା ବେଳେ ନିଜେ ସମ୍ପୃକ୍ତ ଯୁବକ ମଧ୍ୟ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କ୍ୟାପିଟାଲ ହସପିଟାଲ ରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ ଚନ୍ଦ୍ରଶେଖର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଓଡ଼ିଶା ସମାଚାର

Leave a Reply

Your email address will not be published.