Wednesday , May 31 2023
Home / ବିଶେଷ / ପୁଣି ଶ୍ରୀମନ୍ଦିର ଚାରିପାଖରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁଣି ଶ୍ରୀମନ୍ଦିର ଚାରିପାଖରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ,୦୧/୧୧/୨୦୨୧(ଓଡ଼ିଶା ସମାଚାର)- ଶ୍ରୀମନ୍ଦିର ବିଶୋଧନ ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ରହୁଥିବାରୁ ପ୍ରଶାସନ ପକ୍ଷରୁ କରାଯାଉଛି ଉଚ୍ଛେଦ  । ଏନେଇ ମରଚିକୋଟ ଛକରୁ ଆରମ୍ଭ କରି ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ପୋଲିସ ଛାଉଣି ସହ ସର୍ବସାଧାରଣଙ୍କ ପାଇଁ ବନ୍ଦ କରାଯାଇଛି  ।

ଗତକାଲି ସକାଳ ୭ଟାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ଚାଲୁଥିବା ପୁରୁଣା କୋଠାର ଉଚ୍ଛେଦ କରାଯାଉଛି  । ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚୀର ର୍ନିମାଣ କରିବା ପାଇଁ ଉଚ୍ଛେଦ କାର୍ଯ୍ୟ କରାଯାଉଛି  । ଏଥିପାଇଁ ଦୁଇ ପ୍ଲାଟୁନ ଫୋର୍ସ, ଦୁଇଜଣ ମାଜିଷ୍ଟ୍ରେଟ ନିୟୋଜିତ ହୋଇଛନ୍ତି । ଉପଜିଲ୍ଲାପାଳ ଉଚ୍ଛେଦ କାର୍ଯ୍ୟର ତଦାରଖ କରୁଛନ୍ତି  । ଶହ ଶହ ବର୍ଷ ପୂର୍ବରୁ ଏହି କୋଠାରେ ଗଜପତି ମହାରାଜାଙ୍କ ଅଫିସ୍ ଚାଲୁଥିଲା  । ପରବର୍ତୀ ସମୟରେ ଆଇନ ବିଭାଗ ଅଧିନରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଚାଲୁଥିଲା  । ଏହି କୋଠାରେ ୧୫ଟି ଦୋକାନ ରହିଥିଲା । ଦୋକାନ ଗୁଡିକୁ ଖାଲି କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.