Saturday , August 20 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ପାରାଦୀପ ଇଫକୋ ୟୁନିଟ୍ କୁ ମିଳିଲା ସମ୍ମାନଜନକ ସିଏସଆର୍ ପୁରସ୍କାର-୨୦୨୧

ପାରାଦୀପ ଇଫକୋ ୟୁନିଟ୍ କୁ ମିଳିଲା ସମ୍ମାନଜନକ ସିଏସଆର୍ ପୁରସ୍କାର-୨୦୨୧

ପାରାଦୀପ,୦୧/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପସ୍ଥିତ ବୃହତ ରାଷ୍ଟ୍ରାୟତ ସାର ଉତ୍ପାଦନକାରୀ ସଂସ୍ଥା ଇଫକୋ ପାରାଦୀପ ୟୁନିଟ୍ କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ସିଏସଆର୍ ପୁରସ୍କାର-୨୦୨୧ ହାସଲ କରିଛି । ସମାଜର ପ୍ରତ୍ୟେକ ଆବଶ୍ୟକତା ସମୟରେ ଇଫକୋ ସାଧାରନଜନତାଙ୍କ ସହିତ ସହଭାଗିତା ହୋଇପାରିଛି । ବାତ୍ୟା, ବନ୍ୟା, ଅଗ୍ନିକାଣ୍ଡ, କରୋନା ମହାମାରୀ ଭଳି ପ୍ରତିଟି ବିପତିି ସମୟରେ ଇଫକୋ ଜନସାଧାରଣଙ୍କର ନିକଟତର ହୋଇପାରିଛି । କୋଭିଡ୍-୧୯ ସମୟରେ ଓଡିଶା ସରକାରଙ୍କୁ ପିପିଇ କିଟ୍ ପ୍ରଦାନ କରି ଇଫକୋ ପ୍ରଶଂସିତ ହୋଇପାରିଛି । ଏଥି ସହିତ ଶିକ୍ଷା, ସ୍ୱଛତା,ଭିତିଭୂମି, ଜୀବନଜୀବିକା, ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ କାର୍ଯ୍ୟକରି ସାଧାରଣରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କଟକ, ଜଗତସିଂହପୁର,କେନ୍ଦ୍ରାପଡା ଜିଲ୍ଲାରେ ଇଫକୋ ଲୋକମାନଙ୍କର ପ୍ରତିଟି ସୁବିଧା ଅସୁବିଧାରେ ସହଯୋଗର ହାତ ବଢାଇଛି । ଏହି ସବୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଇଫକୋ ପାରାଦୀପ ୟୁନିଟ୍ କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ସିଏସଆର୍ ପୁରସ୍କାର-୨୦୨୧ ପ୍ରଦାନ କରାଯାଇଛି । ଏହି ଅବସରେ ଶୁକ୍ରବାର ଦିନ ଭୁବନେଶ୍ୱରର ସିଏସଆର୍ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ । ଇଫକୋ ପକ୍ଷରୁ  ଡି.ଜି.ଏମ୍.(ଏଚ୍.ଆର୍) ଜି.ସି.ଆଚାର୍ଯ୍ୟ ଓ ପ୍ରଶାସନିକ ବିଭାଗର ସହକାରୀ ପ୍ରବନ୍ଧକ ପ୍ରସନ୍ନ କୁମାର ବେଉରା ଏହି ସମ୍ମାନ ଗ୍ରହଣ କରିଥିଲେ । ଏହି ସମ୍ମାନଜନକ ପୁରସ୍କାର ପାଇବା ପରେ ଇଫକୋ ପାରାଦୀପ ୟୁନିଟ୍ ପରିସରରେ ଖୁସିର ଲହରୀ ଖେଳିଯାଇଛି । ଓଡ଼ିଶା ସମାଚାର

About admin

Check Also

ଶାରଳା ସୂତାକଳ ପୁନରୁଦ୍ଧାର ଦାବିରେ ତିର୍ତ୍ତୋଲରୁ  ଭୁବନେଶ୍ୱର ପଦଯାତ୍ରା

 ତିର୍ତ୍ତୋଲ,୦୧/୦୮/୨୦୨୨(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ଶାରଳା ସୂତାକଳ ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା ତିର୍ତ୍ତୋଲ କଂଗ୍ରେସ ନେତା ଇଂ …

Leave a Reply

Your email address will not be published.