ପାରାଦୀପ,୦୧/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ପକ୍ଷରୁ ରବିବାର ଦିନ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଭାରତ ବର୍ଷର ମହାନ ରାଷ୍ଟ୍ରନାୟକ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଛି । ଗୋପବନ୍ଧୁ ଷ୍ଟାଡିୟମ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରାଦୀପ ବନ୍ଦରର ଅଧ୍ୟକ୍ଷ ପି.ଏଲ୍.ହାରାନାଦ୍ ଯୋଗ ଦେଇ ସର୍ଦ୍ଧାର ପଟେଲଙ୍କ ଫଟୋଚିତ୍ରରେ ପୁଷ୍ପଗୁଛ ପ୍ରଦାନ କରିଥିଲେ । ସ୍ୱାଧୀନ ଭାରତକୁ ସଶକ୍ତ ଭାରତ ଗଢିତେଳିବା ପାଇଁ ୫୬୦ ଛୋଟ ଛୋଟ ରାଜ୍ୟ ଗୁଡିକୁ ଏକତ୍ର କରି ଭାରତବର୍ଷରେ ସାମିଲ କରିଥିଲେ ବୋଲି ମୁଖ୍ୟଅତିଥି ଶ୍ରୀ ହାରାନାଦ୍ କହିଥିଲେ । ପାରାଦୀପ ବନ୍ଦର କୁ ଆଗକୁ ନେବାରେ ବନ୍ଦରର ଅଧିକାରୀ ଓ କର୍ମଚାରୀମାନଙ୍କୁ ନିବେଦନ କରିଥିଲେ । ମୁଖ୍ୟ ଅତିଥି ବନ୍ଦର ଅଧ୍ୟକ୍ଷ ଉପସ୍ଥିତ ବ୍ୟକ୍ତିମାନଙ୍କୁ ଶପଥ ପାଠ କରାଇଥିଲେ । ଗୋପବନ୍ଧୁ ଷ୍ଟାଡିୟମ୍ ଠାରୁ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଏକ ଗଣ ଦୌଡର ଆୟୋଜନ କରାଯାଇଥିଲା । ଉତ୍ସବର ମୁଖ୍ୟ ଅତିଥି ବନ୍ଦର ଅଧ୍ୟକ୍ଷ ଏହି ଗଣଦୌଡକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସଂଧ୍ୟାରେ ବନ୍ଦର ଉପାଧ୍ୟକ୍ଷ ଏ.କେ. ବୋଷ୍ ସିଆଇଏସଏଫ ପକ୍ଷରୁ ଆୟୋଜିତ ମାର୍ଚ୍ଚପାଷ୍ଟରେ ଅଭିବାଦନ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର
