Wednesday , December 8 2021
Home / ବିଶେଷ / ପାଟକୁରା ଗ୍ୟାଙ୍ଗୱାର ଘଟଣା : ପ୍ରଶାନ୍ତ ଗୋଷ୍ଠି ପକ୍ଷରୁ ପାଟକୁରା ଥାନାରେ ଅଭିଯୋଗ ଦାଖଲ

ପାଟକୁରା ଗ୍ୟାଙ୍ଗୱାର ଘଟଣା : ପ୍ରଶାନ୍ତ ଗୋଷ୍ଠି ପକ୍ଷରୁ ପାଟକୁରା ଥାନାରେ ଅଭିଯୋଗ ଦାଖଲ

ଗରଦପୁର, ୦୧/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ଅଧିନସ୍ଥ ପାଟକୁରା ଥାନା ଅନ୍ତର୍ଗତ ନୂଆ ପଡ଼ା ବଜାରରେ ଗତ ୨୮ ତାରିଖ ସନ୍ଧ୍ୟାରେ ସାର୍ପ ସୁଟର ବିଭୁ ଓ ପ୍ରତିପକ୍ଷ ପ୍ରଶାନ୍ତ ବେହେରା ଓରଫ ପଶା ଗୋଷ୍ଠି ପରଷ୍ପର ମୁହାଁମୁହିଁ ହୋଇଥିଲେ । ପଶା ଓ ତାର ସହଯୋଗୀ ମାନଙ୍କ ଆକ୍ରମଣରେ ବିଭୁ ଓ ତାର ୨ ଜଣ ସହଯୋଗୀ ଗୁରୁତର ଆହତ ହୋଇଥିଲେ । ଏବେ ବି ସେମାନେ ପୋଲିସ ହେପାଜତରେ କଟକ ମେଡ଼ିକାଲ ରେ ଚିକିତ୍ସାଧିନ ଅଛନ୍ତି । ଏହି ଘଟଣାରେ ବିଭୁ ର ଭାଇ ପ୍ରଦୀପ ସାହୁ ଙ୍କ ଏତଲା କ୍ରମେ ଥାନାରେ ମାମଲା ରୁଜୁ କରାଯାଇ ଗତକାଲି ପଶା ଗୋଷ୍ଠି ର ୬ ଜଣ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ତେବେ ଏହି ଘଟଣାରେ ପ୍ରଶାନ୍ତ ବେହେରା ଓରଫ ପଶା ଙ୍କ ବାପା ପ୍ରହଲାଦ ବେହେରା ଏବଂ ତାଳସଙ୍ଗା (ଖର୍ଦ୍ଧାସାହି) ଗ୍ରାମର ୨୦ ରୁ ଅଧିକ ଲୋକ ପାଟକୁରା ଥାନାକୁ ଆସି ସେହି ୨୮ ତାରିଖ ଦିନ ବିଭୁ ଓ ତାର ସହଯୋଗୀମାନେ କରିଥିବା କାରନାମା ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଦର୍ଶାଯାଇଛି ଯେ ୨୮ ତାରିଖ ଅପରାହ୍ନ ୪ ଟା ବେଳେ ଭଗବାନପୁରର ବିଭୁ ଅନ୍ୟ ଦୁଇ ଜଣଙ୍କ ସହିତ ଏକ କାର ଯୋଗେ ପ୍ରଶାନ୍ତ ଙ୍କ ତାଳସଙ୍ଗା ଖର୍ଦ୍ଧାସାହି ଘର ସମ୍ମୁଖରେ ପହଂଚିଥିଲେ । ଏକ ବାଇକ୍ ରେ ବିଭୁର ଅନ୍ୟ ଦୁଇ ଜଣ ସହଯୋଗୀ ମଧ୍ୟ ଆସି ସେଠାରେ ପହଂଚିଥିଲେ । ଗାଡ଼ି ରୁ ଓହ୍ଲାଇ ବିଭୁ ଓ ସହଯୋଗୀମାନ ପ୍ରଶାନ୍ତ ଓରଫ ପଶାକୁ ଖୋଜିଥିଲେ । ପ୍ରଶାନ୍ତ ଘରେ ନଥିବା କଥା ପରିବାର ଲୋକମାନେ କହିଥିଲେ । ବେଶ ଏତିକିରେ ଉତକ୍ଷିପ୍ତ ହୋଇ ବିଭୁ ଓ ତାଙ୍କ ସହଯୋଗୀମାନେ ବହୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ବନ୍ଧୁକ ଦେଖାଇ ପରିବାରଙ୍କୁ ଭୟଭିତ କରିଥିଲେ ଓ ପ୍ରଶାନ୍ତ କୁ ଜୀବନରେ ମାରିଦେବା ଧମକ ଦେଇ ସେଠାରୁ ଚାଲିଯାଇଥିଲେ । ପରେ  ଜିମ ରେ ଥିବା ପ୍ରଶାନ୍ତ ଖବର ପାଇ ଘରେ ପହଂଚିଥିଲେ । ଘରୁ ବିଭୁ କାରନାମା ଶୁଣିବା ପରେ ତାଳସଙ୍ଗା ଛକକୁ ଯାଇଥିଲେ । ସେଠାରେ ପୂର୍ବରୁ ଥିବା ବିଭୁ ଓ ତାଙ୍କର ଦୁଇ ସହଯୋଗୀ କାର ଭିତରୁ ବାହାରି ପ୍ରଶାନ୍ତ ଙ୍କୁ ଆକ୍ରମଣ କରିବା ପାଇଁ ବାହାରିବା ମାତ୍ରେ ପ୍ରଶାନ୍ତ ନିଜ ବାଇକ୍ ଛାଡ଼ି ଜୀବନ ବିକଳରେ ଦୌଡ଼ି ଦୌଡ଼ି ଗାଁ ଭିତରକୁ ପଳାଇଥିଲା । ବିଭୁ ଓ ତାଙ୍କ ସହଯୋଗୀ ଧମକ ଚମକ ଦେଇ ଗାଳି ଗୁଲଜ କରି ପ୍ରଶାନ୍ତ ପଛେ ପଛେ ଦଳିତସାହି ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣି ଫେରି ଆସିଥିଲେ । ପୁଣି ଫେରିଆସି ପ୍ରଶାନ୍ତ ର ବାଇକ୍ କୁ ଭାଙ୍ଗି ନଦୀବନ୍ଧ ତଳକୁ ଫିଙ୍ଗିଦେଇଥିଲେ  ଓ କାର ନେଇ ନୂଆପଡ଼ା ବଜାରକୁ ଚାଲିଯାଇଥିଲେ । ପରେ ପ୍ରଶାନ୍ତ ତାର ସହଯୋଗୀ ମାନଙ୍କୁ ନେଇ ନୂଆପଡ଼ା ବଜାରରେ ବିଭୁ ଗୋଷ୍ଠି ସହିତ ମୁହାଁ ମୁହିଁ ହୋଇଥିଲେ । ପ୍ରଶାନ୍ତ ବେହେରା ଙ୍କ ବାପା ପ୍ରହଲାଦ ବେହେରା ଓ ଗ୍ରାମର କିଛି ଲୋକ ଥାନାରେ ଲିଖିତ ଅଭିଯୋଗ କରିଥିବା ପାଟକୁରା ଥାନା ଆଇଆଇସି ସରୋଜକାନ୍ତ ସାହୁ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସାଲେପୁର ରେ ଡ୍ରାଇଭର ମହାସଂଘ ର ବୈଠକ

ସାଲେପୁର,୦୭/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ଓଡିଶା ଡ୍ରାଇଭର ମହାସଂଘ ଓ ସାଲେପୁର ଡ୍ରାଇଭର ସଂଘ ପକ୍ଷରୁ ଆଜି ବ୍ଲକ ଆଡିମିନ …

Leave a Reply

Your email address will not be published. Required fields are marked *