Friday , December 3 2021
Breaking News
Home / ବିଶେଷ / ନଭେମ୍ବର ପାଇଁ ନୂଆ କୋଭିଡ ନିୟମାବଳୀ – ବାଣ ଫୁଟା ନିୟମାବଳୀ ସ୍ୱତନ୍ତ୍ର ଭାବେ ଜାରି ହେବ

ନଭେମ୍ବର ପାଇଁ ନୂଆ କୋଭିଡ ନିୟମାବଳୀ – ବାଣ ଫୁଟା ନିୟମାବଳୀ ସ୍ୱତନ୍ତ୍ର ଭାବେ ଜାରି ହେବ

ଭୁବନେଶ୍ୱର,୦୧/୧୧/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ପକ୍ଷରୁ ନଭେମ୍ବର ମାସ ପାଇଁ ନୂଆ କୋଭିଡ ନିୟମାବଳୀ ଜାରି କରାଯାଇଛି । ନଭେମ୍ବର ୧ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଏହି ନୂଆ ନିୟମାବଳୀ ବଳବତର ରହିବ । ତେବେ ବାଣ ଫୁଟାଇବା ସମ୍ପର୍କିତ ନିୟମାବଳୀ ସ୍ୱତନ୍ତ୍ର ଭାବେ ଜାରି କରାଯିବ ବୋଲି ସୂଚନା ଦିଆଯାଇଛି । ନଭେମ୍ବର ମାସ ପାଇଁ ଜାରି ହୋଇଥିବା ନୂଆ କୋଭିଡ ନିୟମାବଳୀ ଅନୁଯାୟୀ ସହରାଂଚଳରେ ପୂର୍ବପରି ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ ସହରାଂଚଳରେ ରାତ୍ରିକାଳୀନ କର୍ଫ୍ୟୁ ବଳବତର ରହିବାକୁ ଥିବାବେଳେ ସକାଳ ୫ରୁ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ରାଜ୍ୟରେ କୌଣସିଠାରେ ସପ୍ତାହନ୍ତ ସଟଡାଉନ ରହିବ ନାହିଁ । ଅଗଷ୍ଟ ୯ର ପୂର୍ବ ନିର୍ଦେଶ ଅନୁସାରେ ପର୍ବପର୍ବାଣୀ ପାଳନ କରାଯିବ । ସେହିପରି ଆଗକୁ ଦିପାବଳୀ ଓ କାଳି ପୂଜାକୁ ଲକ୍ଷ୍ୟ କରି କଟକଣା ଜାରି କରାଯିବ । କଟକଣା ମାନି ପର୍ବପର୍ବାଣୀ ପାଳନ କରିବାକୁ ନିୟମାବଳୀରେ ନିର୍ଦ୍ଧେଶ ଦିଆଯାଇଛି । ବାଣ ବିକ୍ରି ଓ ଫୁଟାଇବା ଉପରେ ସ୍ୱ୍ୱତନ୍ତ୍ର ନିୟମାବଳୀ ଆସିବ ବୋଲି ଏଥିରେ କୁହାଯାଇଛି । ଓଡ଼ିଶା ସମାଚାର

About admin

Check Also

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୭ ତମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପାରାଦୀପ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୭ତମ ଜୟନ୍ତୀ ପାଳନ ନିମନ୍ତେ ପାରଦୀପର ଅଟଳ ବିହାରୀ …

Leave a Reply

Your email address will not be published. Required fields are marked *