କଟକ ସଦର, ୦୧/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଦୀପାବଳୀରେ ଵାଣ ବିକ୍ରି ଓ ଫୁଟାଇବା ଉପରେ କୋଭିଡ କଟକଣା ଲାଗୁ କରାଯାଇ ଏହାକୁ ସରକାର ଵନ୍ଦ ରଖିଥିବା ବେଳେ କେଵଳ ଗ୍ରୀନ କ୍ରାକର ଫୁଟାଇଵା ଓ ବିକ୍ରି ପାଇଁ କଟକଣା କୋହଳ କରିଵାକୁ ଅଲ୍ ଓଡିଶା ଫାୟାର ଡିଲର ଆସୋସିଏସନ୍ ଦ୍ୱିତୀୟ ଥର ପାଇଁ ହାଇକୋର୍ଟ ଙ୍କ ଦ୍ୱ।ରସ୍ତ ହୋଇଥିଲେ ।ରାତି ୮ ରୁ ୧୦ ଦୁଇ ଘଣ୍ଟା କେଵଳ ପିଇଏସଓ (ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନ୍) ସିକୃତି ପ୍ରାପ୍ତ ଫୁଲଝରୀ ଭଳି ଗ୍ରୀନ୍ କ୍ରାକର ଵାଣ ଫୁଟାଇବାକୁ ମାମଲାର ବିଚାର କରି ହାଇକୋର୍ଟ ଆଜି ସୋମବାର ତାଙ୍କର ରାୟ ପ୍ରକାଶ କରିଛନ୍ତି।ଏହି ରାୟ ପ୍ରକାଶ ପାଇଵା ପରେ ଦୀପାବଳୀରେ କ୍ରାକର ଫୁଟାଇଵାକୁ ପିଲାମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଓଡ଼ିଶା ସମାଚାର