Thursday , December 2 2021
Breaking News
Home / ରାଜନୀତି / ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କୁ ଦାୟୀ କରି କଟକ ସଦର ଵିଜେଡି ପକ୍ଷରୁ ସଦର ବ୍ଲକ ସମୁଖରେ ଵିକ୍ଷୋଭ

ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କୁ ଦାୟୀ କରି କଟକ ସଦର ଵିଜେଡି ପକ୍ଷରୁ ସଦର ବ୍ଲକ ସମୁଖରେ ଵିକ୍ଷୋଭ

କଟକ ସଦର , ୦୧/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା): ମମିତା ମେହେର ହତ୍ୟାକାଣ୍ଡକୁ ଢାଲ କରି ବିରୋଧୀ ଵିଜେପି ଆଜକୁ ୨୦ ଦିନରୁ ଅଧିକ ହେଵ ଆନ୍ଦୋଳନ ଚଳାଇ ରାଜ୍ୟରେ ହୁଲସ୍ତୁଲ ପରିସ୍ଥିତି ସୃଷ୍ଟି କରିବା ଏବଂ କଂଗ୍ରେସ ଏହି ସମାନ ଇସୁକୁ ନେଇ ଚଳାଇଥିବା ଆନ୍ଦୋଳନକୁ ଭୂଵନେଶ୍ୱରରୁ ନେଇ ଦିଲ୍ଲୀ ମୁହାଁ ହୋଇଥିବା ବେଳେ ରାଜ୍ୟରେ ଦରଦାମ ବୃଦ୍ଧି ସହ ପେଟ୍ରୋଲ, ଡିଜେଲ ଓ ଜାଳେଣି ଗ୍ୟାସର ଅହେତୁକ ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାର ଙ୍କୁ ଦାୟୀକରି ଵିଜେଡି ରାଜରାସ୍ତାକୁ ଓହ୍ଲାଇଛି।ଏହି ପରିପ୍ରେକ୍ଷୀରେ କଟକ ସଦର ଵିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ଆହ୍ୱାନ କ୍ରମେ ସଦର ବିଜେଡି ପକ୍ଷରୁ ଆଜି ସୋମବାର ଦିନ ସଦର ବ୍ଲକ ସମ୍ମୁଖରେ ବିକ୍ଷୋଭ ଓ ଆନ୍ଦୋଳନ କରାଯାଇଛି। ଏଥିରେ ଶତାଧିକ ମହିଳା ଓ ପୁରୁଷ ଵିଜେଡି କର୍ମୀଙ୍କ ସମେତ ସଦର ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ତଥା ଜିଲ୍ଲା ସାଧାରଣ ସମ୍ପାଦକ ସମର ବେହେରା, ବ୍ଲକ ଉପାଧ୍ୟକ୍ଷ ବିଭୁତି ଭୁଷଣ ପରିଡା, ଆତ୍ମା ସଭାପତି ରଜନୀ କାନ୍ତ ସାହୁ, ମିଶନ ଶକ୍ତି ସଂଯୋଜକ ଶରତ ରାୟ, ବିଧାୟକଙ୍କ ପ୍ରତିନିଧି ଅକ୍ଷୟ ପରିଡ଼ା, ଯୁଵ ବିଜେଡି ସଭାପତି ହିମାଂଶୁ ଦାଶ, ଚିତ୍ତରଞ୍ଜନ ବେହେରା, ସତ୍ୟସିଧାନ୍ତ ଦାସ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଜନମାରଣ ନିତିକୁ ନିନ୍ଦା କରି ବକ୍ତବ୍ୟ ରଖିଥିଲେ।ଦରଦାମ ନିୟନ୍ତ୍ରଣ ପାଇଁ ଏକ ଦାବିପତ୍ର ଵିଡିଓ ରାଜୀବ ଲୋଚନ ପରିଡାଙ୍କୁ ପ୍ରଦାନ କରାଯାଇଥିଲା। ଓଡ଼ିଶା ସମାଚାର

About admin

Check Also

ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ନାନାଗାର ଓ ପାଇଖାନାକୁ ଭଙ୍ଗାଗଲେ ଯୁବ କଂଗ୍ରେସ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବ

କେନ୍ଦ୍ରାପଡ଼ା,୨୫/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୌରାଂଚଳ ଅଧିନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସ୍ନାନାଗାର ଓ ପାଇଖାନାକୁ ଭଙ୍ଗାଗଲେ ଯୁବ …

Leave a Reply

Your email address will not be published. Required fields are marked *