କେନ୍ଦ୍ରାପଡ଼ା, ୦୧/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ରବିବାର ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଭାଗ୍ୟରଥି ସାହୁ ଯୋଗଦେଇ ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସେଖ ଇଦ୍ରିସ ଅଲ୍ଲୀ ଦିବସର ମହତ୍ୱ ଉପରେ ସ୍ୱରଚିତ ସଂଗୀତ ଗାନ କରିଥିଲେ । ଉପସ୍ଥିତ ଅନ୍ୟ ଶିକ୍ଷକମାନେ ନିଜ ନିଜର ମତବ୍ୟକ୍ତ କରିଥିଲେ । ଶିକ୍ଷକ ଅନିଲ କୁମାର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ଅଜୟ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
Check Also
ଜୁନାଗଡ଼ ହାତୀନଦୀରେ ବନ୍ୟା,ଚାଷ ଜମି ଜଳମଗ୍ନ
ଜୁନାଗଡ଼, ୦୯/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରିରହିଛି। ଏପରିସ୍ଥଳେ …