Thursday , December 2 2021
Breaking News
Home / ବିଶେଷ / କିଡ଼ିନୀ ରୋଗୀଙ୍କୁ ସମାଜସେବୀ ଙ୍କ ସହାୟତା 

କିଡ଼ିନୀ ରୋଗୀଙ୍କୁ ସମାଜସେବୀ ଙ୍କ ସହାୟତା 

ଗରଦପୁର ,୦୧/୧୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଗ୍ରାମର ଅଭୟ ମଲିକ ଗତ କିଛି ମାସ ହେଲା କିଡ଼ିନୀ ଜନିତ ରୋଗରେ ପିଡ଼ିତ ଅଛନ୍ତି । ତାଙ୍କର ଏହି ବ୍ୟୟ ବହୁଳ ଚିକିତ୍ସା ପାଇଁ ତାଙ୍କ ପରିବାର ଆର୍ଥିକ ସହାୟତା ଯୋଗାଇ ପାରୁନାହାନ୍ତି । ଏହି ଗରୀବ ଘରର ପିଡ଼ିତ ଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଙ୍କ ଠାରୁ ଆର୍ଥିକ ସହାୟତା ପାଇଁ ଅଭୟଙ୍କ ପରିବାର ଗଣମାଧ୍ୟମ ଜରିଆରେ ନିବେଦନ କରିଥିଲେ । ଖବର ପାଇ କେନ୍ଦ୍ରାପଡ଼ା ତଥା ପାଟକୁରା ଅଂଚଳରେ ସୁପରିଚିତ ବିଶିଷ୍ଟ ସମାଜ ସେବୀ ତଥା ପ୍ରାଧ୍ୟାପକ ଅଜୟ ରାଉତ ତେଣ୍ଡାକୁଡ଼ାସ୍ଥିତ ଅଭୟଙ୍କ ଘରେ ପହଂଚି ତାଙ୍କୁ ଚେକ୍ ଆକାରରେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।  ଏହି ସମୟରେ ଗ୍ରାମର ଗଗନ ଦାଶ,ବିଷ୍ଣୁ ମହାରଣା, ଗଙ୍ଗାଧର ମଲିକ ପ୍ରମୁଖ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀ

ତାରପୁର, ୦୧/୧୨/୨୦୨୧(ଓଡ଼ିଶା ସମାଚାର)- କିଶନନଗର ଥାନା ଅଧିନରେ ଥିବା ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀକୁ ନେଇ …

Leave a Reply

Your email address will not be published. Required fields are marked *