Monday , November 29 2021
Breaking News
Home / କୃଷି / କମଲ ଭବନରେ କୃଷକ ଦରବାର ଅନୁଷ୍ଠିତ

କମଲ ଭବନରେ କୃଷକ ଦରବାର ଅନୁଷ୍ଠିତ

କେନ୍ଦ୍ରାପଡ଼ା, ୦୧/୧୧/୨୦୨୧(ଓଡ଼ିଶା ସମାଚାର)-ସ୍ଥାନୀୟ ଗୋପସ୍ଥିତ କମଲ ଭବନରେ କୃଷକମାନଙ୍କ ସମସ୍ୟାକୁ ନେଇ ରବିବାର ଏକ କୃଷକ ଦରବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନମୋହନ ଜେନା, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଦୁର୍ଯେ୍ୟାଧନ ସାହୁ, ଜିଲ୍ଲା ବିଜେପି ଉପସଭାପତି ଗଗନ ବିହାରୀ ସାହୁ, ପବିତ୍ର ପରିଡା, ସୁଧିର ପରିଡା, କାନନବାଳା ଦାସ, ବିଭୁତି ଭୂଷଣ କର, କରୁଣାକର ସାହୁ, ଭୁବନ ମୋହନ ସିଂ, ରମେଶ ଲେଙ୍କା, ଅମୃତ ମହାନ୍ତିଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତା ଯୋଗଦେଇ କେନ୍ଦ୍ରାପଡାରେ କୃଷକମାନଙ୍କ ସମସ୍ୟା ଯଥା କୃଷିଜାତ ଦ୍ରବ୍ୟର ଏମ.ଏସ.ପି. ଠିକ ଭାବରେ ମିଳୁନଥିବା, କେନ୍ଦ୍ରାପଡା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବାରୁ ପ୍ରାୟ ୭୦ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରୁଥିବାରୁ ଉପଯୁକ୍ତ ସାର, ଔଷଧର କଳାବଜାରୀ ରୋକିବା ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ନଗେନ ବିହାରୀ ବେହେରାଙ୍କୁ ମଣ୍ଡିଚାଲ ଅଭିଯାନରେ ଜିଲ୍ଲା ପ୍ରଭାରୀ ଭାବରେ ନିଯୁକ୍ତି ପ୍ରାପ୍ତ ହେଲେ ବୋଲି ଘୋଷଣା କରାଯାଇଥିଲା । ସମସ୍ତ ପଂଚାୟତର ଜଣେ ଜଣେ କାର୍ଯ୍ୟକର୍ତାଙ୍କୁ ମନୋନିତ କରାଯାଇ ଆଗାମୀ ଖରିଫ ଧାନ ଅମଳ ସମୟରେ କିପରି କୃଷକମାନେ ସଠିକ ଭାବେ ନିଜ ନିଜର ଧାନ ମଣ୍ଡିରେ ଦେଇପାରିବେ ସେ ସମ୍ପର୍କରେ ବିଶେଷ ଭାବରେ ଧ୍ୟାନ ଦିଆଯିବାକୁ ସ୍ଥିର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ କୃଷକ ଅଂଶଗ୍ରହଣ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟି ବୈଠକ ଅନୁଷ୍ଠିତ

କେନ୍ଦ୍ରାପଡ଼ା,୨୪/୧୧/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ୨୦୨୧-୨୨ ଖରିଫ ଋତୁପାଇଁ ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟି ବୈଠକ …

Leave a Reply

Your email address will not be published. Required fields are marked *