ରଘୁନାଥପୁର, ୦୧/୧୧/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ ଅହେତୁକ ଦରଦାମ ବୃଦ୍ଧି ବିରୁଦ୍ଧରେ ରଘୁନାଥପୁର ବ୍ଲକ୍ ମହିଳା ବିଜେଡ଼ି ତରଫରୁ ପ୍ରତିବାଦ ସଭା ଓ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ କାଯାଇଛି । ବ୍ଲକ୍ ମହିଳା ବିଜେଡ଼ି ସଭାନେତ୍ରୀ ଶାନ୍ତିଲତା ଦ୍ୱିବେଦୀଙ୍କ ନେତୃତ୍ୱରେ ଶତାଧିକ ମହିଳା କର୍ମୀ ବ୍ଲକ୍ ସମ୍ମୁଖରେ ଏକତ୍ରୀତ ହୋଇ ପ୍ରତିବାସ ସଭା କରିଥିଲେ । ଏଥିରେ ସେମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେବା ସହ ରାଜ୍ୟରେ ଅହେତୁକ ଗ୍ୟାସ ଓ ତୈଳ ଦର ବୃଦ୍ଧି ଯୋଗୁ ପ୍ରତ୍ୟେକ ସାମଗ୍ରୀ ର ମୂଲ୍ୟ ବୃଦ୍ଧି ଘଟୁଥିବା ଦର୍ଶାଇବା ସହିତ କେନ୍ଦ୍ରର ମୋଦି ସରକାର ଦରଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ପ୍ରକାଶ କରିଥିଲେ । ସେଠାରୁ ସେମାନେ ଏକ ଶୋଭାଯାତ୍ରାରେ ବାହାରି ଗୋପବନ୍ଧୁ, ବିଜୁ ପଟ୍ଟନାୟକ ଓ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ବ୍ଲକ୍ ପରିସରରେ ପହଂଚିଥିଲେ । ସେଠାରେ ରାଷ୍ଟ୍ରପତି ଓ କେନ୍ଦ୍ର ସରକାରଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ବିଡ଼ିଓ ଜିତେନ୍ଦ୍ର କୁମାର ନାୟକଙ୍କୁ ପ୍ରଦାନ କରିଥିଲେ । ଜିଲଶ ପରିଷଦ ସଭ୍ୟା ଡ଼େଜାଲଇନ ମହାପାତ୍ର, ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନା ସରିତା ବଳ, ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷା କୃଷ୍ଣପ୍ରିୟା ବିଶ୍ୱାଳଙ୍କ ସମେତ ଶତାଧିକ ମହିଳା ବିଜେଡ଼ି କର୍ମୀ ସାମିଲ ଥିଲେ । ଓଡ଼ିଶା ସମାଚାର