Saturday , August 20 2022
Breaking News
Home / ବିଶେଷ / ଅନ୍ଧବର ପିଠରେ ଯାତ୍ରୀ ନିବାସର ଶିଳାନ୍ୟାସ 

ଅନ୍ଧବର ପିଠରେ ଯାତ୍ରୀ ନିବାସର ଶିଳାନ୍ୟାସ 

ଗରଦପୁର, ୦୧/୧୧/୨୦୨୧(ଓଡ଼ିଶା ସମାଚାର)- ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରାଗାନ୍ଧିଙ୍କ ୩୭ତମ ତିରୋଧାନ ପୂଣ୍ୟ ତିଥିରେ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋଙ୍କ ଦ୍ୱାରା ଗରଦପୁର ବ୍ଲକ୍ ଅନ୍ତର୍ଗତ ପ୍ରସିଦ୍ଧ ଅନ୍ଧବର ମହାପୁରୁଷ ଙ୍କ ପିଠରେ ଏକ ଯାତ୍ରୀ ନିବାସ ର ଶିଳାନ୍ୟାସ କରାଯାଇଛି । ନିଜ ପାଂଠିରେ ଏହି ଯାତ୍ରୀ ନିବାସ ନିର୍ମାଣ କରିବା ପାଇଁ ଶ୍ରୀ କାନୁନଗୋ ସୂଚନା ଦେବା ସହିତ ଏହି ଯାତ୍ରୀ ନିବାସ ସ୍ଥାପନ ହେଲେ ପର୍ବ ପର୍ବାଣୀ ସମୟରେ ଯାତ୍ରୀମାନେ ରାତି୍ରି ଯାପନ ପାଇଁ ସୁବିଧା ହୋଇ ପାରିବ । ଯଜ୍ଞ ଓ ଅପେରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦିନ ମାନଙ୍କରେ ଏହି ଯାତ୍ରୀ ନିବାସ ର ଉପଯୋଗ ହୋଇ ପାରିବ । ଏହି ଅବସରରେ ଆୟୋଜିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ପିଠର ପରିଚାଳନା ପରିଷଦର ସଭ୍ୟ ସୁବାସ ଚନ୍ଦ୍ର ପରିଡ଼ା, ଗୟାଧର ପ୍ରଧାନ,ଗୋଲଖ ବିହାରୀ ସ୍ୱାଇଁ,ସୁରେନ୍ଦ୍ର ଜେନା,ଅଜୟ କୁମାର ପାଣି, ପ୍ରମୋଦ କୁମାର ପରିଡ଼ା,ବସନ୍ତ କୁମାର ପୃଷ୍ଟି, ଅନନ୍ତ କୁମାର ସାହୁ,ଆଲୋକ ପ୍ରଧାନ, ଶଶିକାନ୍ତ ଜେନା,ଗୌରାଙ୍ଗ ପରିଡ଼ା,କୈଳାଶ ଚନ୍ଦ୍ର ପରିଡ଼ା ଓ ଉତମ କୁମାର ପରିଡ଼ା ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ଏହି ଅବସରରେ ପାଟସୁରା ଗ୍ରାମର ଅସହାୟ ବ୍ୟକ୍ତି ସନ୍ତୋଷ ନାୟକ ଙ୍କୁ ଶ୍ରୀ କାନୁନଗୋ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଏ.କେ.ବିଦ୍ୟାମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହା ଆଡମ୍ବରରେ  ପାଳିତ

କଟକ,୧୯/୦୮/୨୦୨୨ (ଓଡ଼ିଶା ସମାଚାର) : କଟକ ସଦର  ୪୨ ମୌଜା ଦଧିବାମନପୁର  ସ୍ଥିତ ଏ.କେ.ବିଦ୍ୟାମନ୍ଦିରରେ ମହା ଆଡମ୍ବରରେ ଶ୍ରୀକୃଷ୍ଣ ଜନ୍ମ …

Leave a Reply

Your email address will not be published.