ରଘୁନାଥପୁର ୩୧/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତରିକୁନ୍ଦ ଉଚ ବିଦ୍ୟାଳୟ ପରିସରରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କ ନିର୍ଦ୍ଧେଶ ଓ ରଘୁନାଥପୁର ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୧୬୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଜଗତସିଂହପୁର ବ୍ଲଡ଼ ବ୍ୟାଙ୍କ ତରଫରୁ ଡ଼ାକ୍ତର ପଙ୍କଜିନୀ ବେହେରା, ଦୀପକ ଦାସ, ଅଂଜଳୀ ବେହେରା, ଅଂଜଳୀ ସାହୁ, ନିହାରୀକା ଦାସ, ଜ୍ୟୋତିର୍ମୟୀ ଦାସ, ହିରଣ୍ୟ ଗୋଛାୟତ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ବ୍ଲକ୍ ବିଜେଡ଼ି ପକ୍ଷରୁ ଜିଲା ପରିଷଦ ସଭ୍ୟା ଡ଼େଜାଲିନ୍ ମହାପାତ୍ର, ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନାସରିତା ବଳ, ଡ଼ ସୁରେନ୍ଦ୍ର ନାଥ ମହାପାତ୍ର,
ଜିଲା ବିଜେଡ଼ି ସମ୍ପାଦକ ତାରାକାନ୍ତ ଜେନା, ବ୍ଲକ୍ ମହିଳା ସଭାନେତ୍ରୀ ଶାନ୍ତିଲତା ଦ୍ୱବେଦୀ, ଜିଲା ବିଜେଡ଼ି ଉପସଭାପତି ସରୋଜକାନ୍ତ ସ୍ୱାଇଁ, ଜିଲା ଯୁବ ବିଜେଡ଼ି ସଭାପତି ସୌମ୍ୟଜିତ ମହାପାତ୍ର, ଜିଲା ଛାତ୍ର ବିଜେଡ଼ି ସଭାପତି ସମ୍ବିତ ଲେଙ୍କା, ଜିଲା ବିଜେଡ଼ି ସମ୍ପାଦକ ମାନସ କୁମାର ଦାସ, ବ୍ଲକ୍ ଯୁବ ବିଜେଡ଼ି ସଭାପତି ସରୋଜ କୁମାର ଦଶ, ଜିଲା ବିଜେଡ଼ି ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ, ସରୋଜ କୁମାର ସାହୁ, ଅଜୟ କୁମାର ବେହେରା, ଦିଲିପ କୁମାର ରଥ, ଇଂ ବାବାଜୀ ଚରଣ ଜେନା,ପରର୍ଥସଖା ପାଲଯାସିଂ,ସମିତି ସଭ୍ୟ ସରୋଜ କୁମାର ଦାସ, ପ୍ରଭାକର ମଲିକ, ଅନ୍ତର୍ଯ୍ୟାମୀ ସାମଲ, ସୌମ୍ୟ ସରିତ ରାଠସିଂ, ବିଶ୍ୱଜିତ ଦାସ, ମହମ୍ମଦ ଇଲିଆସ ଖାଁ, ବସନ୍ତ ମହାନ୍ତି , ଶ୍ରୀନିବାସ ନାୟକ, ପରମାନନ୍ଦ ସ୍ୱାଇଁ, ଗୌତମ ପାଲିତ, ରବିନ୍ଦ୍ର କୁମାର ସ୍ୱାଇଁ, ରବିନ୍ଦ୍ର ବିଶ୍ୱା, ପ୍ରଭାକର ବାରିକ, ଖୋକନ ରାୟ, ଯୋସେଫ ସ୍ୱାଇଁ, ପ୍ରଦୀପ୍ତ ମହାନ୍ତି, ଅନୀଲ ମହାନ୍ତି , ଟୁଟୁ ମଲିକ, ଶେଷଦେବ ସେଠୀ, ପ୍ରମୋଦ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର