କଟକ ସଦର, ୩୧/୧୦/୨୦୨୧(ଓଡ଼ିଶା ସମାଚାର / ଵିଷ୍ଣୁ ବେହେରା): ବଲାଙ୍ଗୀର ଜିଲ୍ଲା ବୁଢା ଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ମମିତା ମେହେର ହତ୍ୟା କାଣ୍ଡରେ ସଂପୃକ୍ତ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିଵ୍ୟଶଙ୍କର ମିଶ୍ର ଙ୍କୁ ବହିଷ୍କାର ଓ ଗିରଫ ଦାଵିରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶନିବାର କଟକରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିଶାଳ ଜନସଭା କରାଯାଇଛି।ଏଥିରେ ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଏସ୍ ଶ୍ରିନିଵାସନ୍, ବିଜେପି ସାଂସଦ ସୁନିତା ଦୁଗଲ୍, ବିଧାୟିକା ରୂପାମିତ୍ର ଚୈ।ଧୁରୀଙ୍କ ସମେତ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଉପସଭାପତି ପ୍ରଭାତୀ ପରିଡା, ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର,ସଂଗଠନ ମନ୍ତ୍ରୀ ମାନସ ମହାନ୍ତି,ସଂପାଦିକା ରଶ୍ମି ରେଖା ଦାସ,
ସଂଖ୍ୟା ଲଘୁମ ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର ଅଲି,କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା,ନଗର ଜିଲା ସଭାପତି ଲଲାଟେନ୍ଦୁ ଵଡୁ ପ୍ରମୁଖ ଵହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।କଟକ ଏସପି ଅଫିସ ସମ୍ମୁଖରେ ଆୟୋଜିତ ଵିଶାଳ ଜନସଭା ପରେ ଏକ ଵିରାଟ ଶୋଭାଯାତ୍ରା ରେ ମହିଳା ଓ ପୁରୁଷ ବିଜେପି କର୍ମୀ ମାନେ ଯାଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୂଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଓଡ଼ିଶା ସମାଚାର
