Wednesday , December 1 2021
Breaking News
Home / ବିଶେଷ / ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ – ହସପିଟାଲ ରେ ଭର୍ତି

ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ – ହସପିଟାଲ ରେ ଭର୍ତି

ଭୁବନେଶ୍ୱର,୩୧/୧୦/୨୦୨୧(ଓଡ଼ିଶା ସମାଚାର)- ପଞ୍ଚାୟତରାଜ, ଆଇନ୍, ପାନୀୟଜଳ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ । କନ୍ଧମାଳ ଜିଲା ର ଦଳିୟ ସଂଗଠନ ଦାୟିତ୍ୱରେ ଥିବାରୁ ଗତ ଶୁକ୍ରବାର ଠାରୁ ସେ ୪ ଦିନିଆ କନ୍ଧମାଳ ଜିଲା ଗସ୍ତ କରିଥିଲେ । ଆଜି ସକାଳେ ଫୁଲବାଣୀ ସର୍କିଟ ହାଉସରେ ଅସୁସ୍ଥତା ଅନୁଭବ କରିଥିଲେ । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଡ଼ାକ୍ତରୀଦଳ ସର୍କିଟ ହାଉସ ରେ ପହଂଚି ମନ୍ତ୍ରୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସା କରିଥିଲେ । ପରେ ତାଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଅଣାଯାଇ ରାଜଧାନୀର ଏକ ଘରୋଇ ହସପିଟାଲ ରେ ଭର୍ତି କରାଯାଇଛି । ଆଜି ମନ୍ତ୍ରୀଙ୍କର ଯେଉଁସବୁ ଗସ୍ତ ଓ ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମ ଥିଲା, ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି ।
ସୂଚନାଯୋଗ୍ୟ ଯେ ଗତ ଏକମାସ ତଳେ ସେ ଛାତିରେ ଯନ୍ତ୍ରଣା ଅଭୁଭବକରିବାରୁ ତାଙ୍କୁ ଆପୋଲୋ ହସପିଟାଲ ରେ ଭର୍ତି କରାଯାଇଥିଲା । ତାଙ୍କ ଛାତିରେ ଦୁଇଟି ବ୍ଲକେଜ ଥିବା ଜଣାପଡ଼ିବା ପରେ ଅସ୍ତ୍ରୋପଚାର କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ବୃନ୍ଦାବନ ଦାସଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳୀ ସଭା 

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ଗ୍ରାମପଂଚାୟତର ସମାଜସେବୀ ସ୍ୱର୍ଗତ ବୃନ୍ଦାବନ ଦାସ (ବାଜିଆ)ଙ୍କ ଏକାଦଶାହ ଅବସରରେ …

Leave a Reply

Your email address will not be published. Required fields are marked *