Tuesday , June 6 2023
Breaking News
Home / ବିଶେଷ / ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଶୁ ଆରୋଗ୍ୟ ପାଇଁ କୁହୁଣ୍ଡା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା

ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଶୁ ଆରୋଗ୍ୟ ପାଇଁ କୁହୁଣ୍ଡା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା

ମାହାଙ୍ଗା, ୩୧/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) ରାଜ୍ୟର ଲୋକପ୍ରିୟ ମନ୍ତ୍ରୀ ପ୍ରତାପ ଜେନା ରବିବାର ଦିନ ହଠାତ ଅସୁସ୍ଥ ହୋଇପଡିଛନ୍ତି । କନ୍ଧମାଳ ଜିଲ୍ଲାକୁ ସରକାରୀ କାର୍ୟ୍ୟରେ ଯାଇଥିବାବେଳେ ଫୁଲବାଣୀ ଠାରେ ଶ୍ରୀ ଜେନା ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଅଭିଜ୍ଞ ଡାକ୍ତରୀ ଦଳ ଚିକିତ୍ସା ଆରଂଭ କରିଥିଲେ । ସେଠାରୁ ଏଆର ଆମ୍ବୁଲାନ୍ସ ଦ୍ୱାରା ମନ୍ତ୍ରୀ ଙ୍କୁ ଭୁବନେଶ୍ୱର ଫେରାଇ ନିଆଯାଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମନ୍ତ୍ରୀ ଶ୍ରୀ ଜେନାଙ୍କ ଆଶୁ ଆରୋଗ୍ୟ କାମନାକରି ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ମାହାଙ୍ଗାର କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶ୍ରୀ ଶ୍ରୀ ହନୁମାନ ମନ୍ଦିର କୋଠପଦା ଠାରେ ଶତାଧିକ ଜନତା ସମୁହ ଦୀପଦାନ କରିବା ଦେଖିବାକୁ ମିଳିଥିଲା । ପୂଜକ ସୌମ୍ୟ ରଞ୍ଜନ ପଣ୍ଡାଙ୍କ ଦ୍ୱାରା ପ୍ରଭୁ ବଜରଙ୍ଗବାଲିଙ୍କ ମାଜଣା କରାଯିବା ସହିତ ଠାକୁର ଅଭିରାମ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ନାମ ସଂକୀର୍ତ୍ତନ କରାଯାଇଥିଲା । ଏହି ପୂଜାର୍ଚ୍ଚନା କାର୍ୟ୍ୟକ୍ରମ ରେ ସ୍ଥାନୀୟ କୁହୁଣ୍ଡା ପଞ୍ଚାୟତ ବିଜେଡି ସଭାପତି ତଥା ପୂର୍ବତନ ସମିତିସଭ୍ୟ ରାଧାନାଥ ରାଉତ, ସାମାଜିକକର୍ମୀ ଅଖିଳେଶ ପଦ ମହାନ୍ତି,ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ, ସାମାଜିକକର୍ମୀ ରାମଚନ୍ଦ୍ର ମହାପାତ୍ର, ପୂର୍ବତନ ସରପଞ୍ଚ ସୁବାଷ ବେହେରା, ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ,ପୂର୍ବତନ ସମିତିସଭ୍ୟ ନିହାର ରଞ୍ଜନ ପଣ୍ଡା, ଯୁବ ସଂଗଠକ ଗଣେଶ ବିହାରୀ, ଅନନ୍ତ ସାହୁ, ସୁଧାଂଶୁ ପାଣି,ଚିନ୍ମୟ ସାମଲ, ମହେଶ୍ୱର ରାଉତ,ନଟବର ମହାନ୍ତି, ମାଗୁଣି ସାମଲ, ରବି ପୃଷ୍ଟି, ଅଭିମନ୍ୟୁ ସାମଲ,ରଘୁନାଥ ଯେନା, ଜଗନ୍ନାଥ ନାୟକ, ଦୀପକ ରଞ୍ଜନ ଦାସ,ମନୋଜ ଦାସ,ଅଜୟ ନନ୍ଦ, ଅର୍ଜୁନି ବିହାରୀ, ଜୟଦେବ ମହାନ୍ତି, ବାସବ ବେହେରା,ଗଜେନ୍ଦ୍ର ସ୍ୱାଇଁ, ପ୍ରିୟବ୍ରତ ଦାସ, ରତିକାନ୍ତ ଦାସ, ବିଚିତ୍ର ମହାନ୍ତି,ସୁଶାନ୍ତ ଦାସ, ଅମୂଲ୍ୟ ପଲେଇ,ଦଧିବାବନ ପରିଡା, ଧନେଶ୍ୱର ଦାସ, ରମାକାନ୍ତ ପଣ୍ଡା,ବିଶ୍ୱରଂଜନ ଦାସ,ଅରକ୍ଷୀତ ଦାସ, ପରମାନନ୍ଦ ମହାନ୍ତି, ଭାଗ୍ୟଧର ମହାନ୍ତି, ପ୍ରଶାନ୍ତ ସାହୁ, ଅଭିମନ୍ୟୁ ପଣ୍ଡା,ରଞ୍ଜନ ବଳବନ୍ତରାୟ, ମନୋଜ ଜେନା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇଥିଲେ । ମନ୍ତ୍ରୀ ଶ୍ରୀ ଜେନାଙ୍କ ନିରୋଗ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସମ୍ମିଳିତ ପ୍ରାର୍ଥନା କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.