ଭୁବନ,୩୧/୧୦/୨୦୨୧(ଓଡ଼ିଶା ସମାଚାର)-ଭୁବନ ଏନଏସିର ବିଭିନ୍ନ ୱାର୍ଡ ପାଇଁ ୬ ଜଣ ଆଶାକର୍ମୀ ଙ୍କୁ ନିଯୁକ୍ତି ପାଇଁ ଚୟନ କରାଯାଇଛି । ଏ ସଂପର୍କରେ ଭୁବନ ଡାକ୍ତରଖାନା ତରଫତୁ ଗତ ଅଗଷ୍ଟ ୧୩ ତାରିଖରେ ଚିଠି ନଂ-୨୮୮ ରେ ବିଜ୍ଞପ୍ତି ପ୍ରକାଶ ହୋଇଥିଲା । ୬ ଟି ପଦବୀ ପାଇଁ ସମୁଦାୟ ୪୨ ଜଣ ମହିଳା ଆବେଦନ କରିଥିଲେ । ଗତ ୨୭ ତାରିଖ ଦିନ ଭୁବନ ବ୍ଲକ ସଭାଗୃହରେ ମେଡିକାଲ ଇନଚାର୍ଜ ଡା.ରମେଶ ଚନ୍ଦ୍ର ସାହୁ ଙ୍କ ସମେତ ଡା.ମନୋଜକୁମାର ମହାନ୍ତି,ମନ୍ତ୍ରୀ ପ୍ରତିନିଧି ତଥା ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ,ଏନଏସି ନିବାହୀ ଅଧିକାରୀ ଦୁର୍ଯେ୍ୟାଧନ ସାହୁ,ମେଡିକାଲ ଆକାଉଣ୍ଟାଟ ଶୁଭକାନ୍ତ ଆଚାର୍ଯ୍ୟ ,ଜିପିଇଓପ୍ରମୁଖ ଉପସ୍ଥିତ ରହି ନମିତା ପାତ୍ର,ଅହଲ୍ୟା ସାହୁ,ସୁଜାତା ବେହେରା,କୁନି ପୃଷ୍ଟି,ଗାୟତ୍ରୀ ଚିନରା,ଶୁଭଲକ୍ଷ୍ମୀ ପୃଷ୍ଟି ଙ୍କୁ ଯଥାକ୍ରମେ ୱାର୍ଡ ନଂ-୩,୭,୮,୧୧,୧୨,୧୫ ନିମନ୍ତେ ଚୟନ କରି ନିଯୁକ୍ତି ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଙ୍କ ନିକଟକୁ ପ୍ରେରଣ କରିଥିଲେ । ଓଡ଼ିଶା ସମାଚାର