ଭୁବନ,୩୧/୧୦/୨୦୨୧(ଓଡ଼ିଶା ସମାଚାର)-ଗତ ୧୯ ତାରିଖ ଠାରୁ ଭୁବନର ବିଭିନ୍ନ ପୂଜା ପ୍ରତିଷ୍ଠାନରେ ମା ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ଗତ ସୋମବାର ଠାରୁ ପର୍ଯ୍ୟାୟ କ୍ରମେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ ନୂଆବଜାର ତରଫରୁ ଭସାଣି ଆରମ୍ଭ ହୋଇଥିଲା । ପରେ ମଉଡମଣି ପୂଜା ପ୍ରତିଷ୍ଠାନ ବଡହାଟ, ଲତାବିଲ, ଟୋଲଙ୍କବେରେଣୀ ପ୍ରଭୃତି ମେଢ ଭସାଣି ହୋଇଥିଲା ବେଳେ ଶନିବାର ଅତ୍ୟନ୍ତ ଉସôହ,ଉଦ୍ଧିପନାର ସହ ଅରାସାହି ମେଢ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନ ସାଢେ ୧୨ ଘଟିକା ସମୟରେ ସାହିରୁ ମେଢ ବାହାରି ଗୋଡିପୋଖରୀଛକ, ନୂଅବଜାର, ଗଣେଶବଜାର, ଗୁଜୁରିହାଟ, ଦୁର୍ଗାଛକ, ଲକ୍ଷ୍ମୀଛକ,ବଣିଆସାହି,ରାଉତ ସାହି,ବେହେରା ସାହି, ବାଜିଛକ, ପୋଥାଳସାହି, ଗୁଜୁରିହାଟ ,ନୂଆବଜାର ଦେଇ ପୁଷ୍କରିଣୀରେ ବିସର୍ଜନ କରାଯାଇଛି । ଶିଙ୍ଗ ବାଜା,ଭାଙ୍ଗଡା ବାଜା ସାଙ୍ଗକୁ ବାଣ ରୋଷଣୀରେ ମା ଙ୍କୁ ଅଶ୍ରୁଳ ବିଦାୟ ଦେଇ ପୁଣି ଆର ବର୍ଷକୁ ଅପେକ୍ଷା କରିଛନ୍ତି । ଓଡ଼ିଶା ସମାଚାର
