କଟକ ସଦର, ୩୧/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଓଡ଼ିଶାରେ ଏଵେ ପାର୍ଵଣ ଋତୁ ପରେ ପ୍ରମୁଖ ଵିଜେପି, କଂଗ୍ରେସ ଓ ଵିଜେଡିର ଵିକ୍ଷୋଭ ଋତୁ ଆରମ୍ଭ ହୋଇଛି।ଏହି ଵିକ୍ଷୋଭ କେଵଳ ରାଜନୈତିକ ମାଇଲେଜ୍ ପାଇଁ ନା ଲୋକଙ୍କ ସ୍ୱାର୍ଥ ପାଇଁ ତାହା ଆଗାମୀ ଦିନରେ ଜଣାପଡିଵ।ପ୍ରକାଶ ଯେ ମମିତା ମେହେର ହତ୍ୟା କାଣ୍ଡ ପରେ ଆଜକୁ ୨୦ ଦିନରୁ ଉର୍ଦ୍ଧ୍ବ ହେଵ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ନିରବଚ୍ଛିନ୍ନ ଭାବେ ଆନ୍ଦୋଳନ, ବିକ୍ଷୋଭ ଜାରି ରଖିଥିବା ଵେଳେ ଏହାକୁ ସମର୍ଥନ ଜଣାଇ କେନ୍ଦ୍ରୀୟ ନେତାମାନେ ମଧ୍ୟ ସାମିଲ ହେଵାରେ ଲାଗିଛନ୍ତି। ଏହି ଆନ୍ଦୋଳନ ଆଗକୁ ଆହୁରି ତୀବ୍ରତର ହେବ ବୋଲି ଦଳୀୟ ସୂତ୍ରରୁ କୁହାଯାଇଛି। ସେହିପରି ଏହି ଘଟଣାରେ କଂଗ୍ରେସ ଦଳ ଵି ପଛରେ ପଡ଼ିନାହିଁ।ସିଏ ମଧ୍ୟ ତାର ଵିକ୍ଷୋଭକୁ ଯୋରଦାର କରିଥିଵା ଵେଳେ ନଭେମ୍ବର ୨ୟ ସପ୍ତାହରେ ଦିଲ୍ଲୀର ଜନ୍ତରମନ୍ତର ରୋଡରେ ଵିକ୍ଷୋଭ କରିଵାକୁ ସଜଵାଜ ହେଉଥିବା ଜଣାପଡ଼ିଛି।ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ କେନ୍ଦ୍ରୀୟ ନେତା ମାନେ ମଧ୍ୟ ଓଡ଼ିଶା ଆସି ସମର୍ଥନ ଦେଵାରେ ଲାଗିଛନ୍ତି।ଏହି ଦୁଇ ପ୍ରମୁଖ କେନ୍ଦ୍ରୀୟ ଦଳର ବିକ୍ଷୋଭ ଦିନକୁ ଦିନ ଵଢିଵଢି ଚାଲିଥିବା ବେଳେ ରାଜ୍ୟର ପ୍ରମୁଖ ସରକାରୀ ଵିଜୁ ଜନତା ଦଳ ଚୁପ୍ ହୋଇ ବସି ନରହି ସେମାନଙ୍କୁ ଦରଦାମ ବୃଦ୍ଧି ପ୍ରତିବାଦରେ କାଉଣ୍ଟର ଵିକ୍ଷୋଭ ପାଇଁ ଆଜି ରବିବାର ଠାରୁ ଆଗେଇ ଆସିଛି। ପେଟ୍ରୋଲ,ଡିଜେଲ ଓ ଜାଳେଣି ଗ୍ୟାସ୍ ର ଅହେତୁକ ଦର ବୃଦ୍ଧି ପାଇଁ ଏହାର ପ୍ରତିବାଦରେ ଵିଜେଡି ଆଜି ଭୂଵନେଶ୍ୱର ରାଜଭଵନ ସମ୍ମୁଖରେ ଧାରଣା ଦେଇଥିବା ବେଳେ ଆସନ୍ତା କାଲି ୧୪୭ ନିର୍ବାଚନ ମଣ୍ଡଳୀରେ ବିକ୍ଷୋଭ କରିଵାକୁ ନିଷ୍ପତ୍ତି ନେଇଛି। ଆସନ୍ତା ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ତିନୋଟି ରାଜନୈତିକ ଦଳ ଵିକ୍ଷୋଭ ମାଧ୍ୟମରେ ସେମାନଙ୍କର ଷ୍ଟ୍ରାଟେଜି ଆରମ୍ଭ କରିଦେଇଥିବା ବେଳେ ଏହାର ପ୍ରଭାବ ଜନସାଧାରଣଙ୍କ ଉପରେ କେତେ ପଡୁଛି ତାହା କେବଳ ସମୟ କହିଵ। ଓଡ଼ିଶା ସମାଚାର