ଗରଦପୁର, ୩୧/୧୦/୨୦୨୧(ଓଡ଼ିଶା ସମାଚାର)- ଗତ ୨୮ ତାରିଖ ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ଅନ୍ତର୍ଗତ ନୂଆପଡ଼ା ବଜାରରେ ସାର୍ପ ସୁଟର ବିଭୁ ଓ ପ୍ରତିପକ୍ଷ ପ୍ରଶାନ୍ତ ଆଲିଆସ ପସା ଗୋଷ୍ଠି ମଧ୍ୟରେ ଗ୍ୟାଙ୍ଗୱାର ହୋଇଥିଲା । ଏହି ଘଟଣାରେ ପାଟକୁରା ପୋଲିସ ଆଜି ଜଣେ ନାବାଳକ ସମେତ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅପର ପକ୍ଷରେ ଉକ୍ତ ଷଂଘର୍ଷରେ ଗୁରୁତର ଆହତ ହୋଇ ବିଭୁ ଏବଂ ତାଙ୍କ ଭାଇ ସମେତ ୩ ଜଣ ପୋଲିସ ହେପାଜତରେ କଟକ ମେଡ଼ିକାଲ ରେ ଚିକିତ୍ସାଧିନ ଅଛନ୍ତି । ପୋଲିସ ସୂତ୍ରରୁ ପ୍ରକାଶ ଯେ ବିଭୁ , ତାଙ୍କ ଭାଇ ଓ ତାଙ୍କ ସହଯୋଗୀ ତଥା ଡ଼୍ରାଇଭର ଦୈଦ୍ୟନାଥ ମହାପାତ୍ରଙ୍କ ଉପରେ ନୂଆପଡ଼ା ବଜାରରେ ତାଳସଙ୍ଗା ଖର୍ଦ୍ଧାସାହି ଗ୍ରାମର ପ୍ରଶାନ୍ତ ଦାସ ଓ ତାଙ୍କ ସହଯୋଗୀମାନେ ଠେଙ୍ଗା, କାଠଫାଳିଆ ଓ ମାରଣାସ୍ତ୍ର ଯୋଗେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ବିଭୁ , ତାଙ୍କ ଭାଇ ତାଙ୍କ ସହଯୋଗୀ ଗୁରୁତର ଆହତ ହେବା ସହିତ ତାଙ୍କ ବ୍ୟବହୃତ କାରକୁ ମଧ୍ୟ ଭଙ୍ଗାରୁଜା ହୋଇଥିଲା । ଗୁରୁତର ଅବସ୍ଥାରେ ଏହି ୩ ଜଣ ମାର୍ଶାଘାଇ, କେନ୍ଦ୍ରାପଡ଼ା ଓ ପରେ କଟକ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି । ଏହି ଆକ୍ରମଣ ସମ୍ପର୍କରେ ବିଭୁର ବଡ଼ଭାଇ ଭଗବାନପୁର ଗ୍ରାମର ପ୍ରଦୀପ ସାହୁ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଆଧାରରେ ପାଟକୁରା ଥାନାରେ ୪୯୮/୨୧ ରେ ଏକ ମାମଲା ରୁଜୁ ହୋଇଥିଲା । ପୋଲିସ ପ୍ରଶାନ୍ତ ଦାସ ଓରଫ ପସା (୩୧) , ଅନନ୍ତ ବେହେରା ଓରଫ ପିଂଟୁ (୨୧), ଜଗନ ବେହେରା (୨୪) ତୁଷାର ବେହେରା ଓରଫ ଗୁନ (୧୬),ଭାଗ୍ୟବାନ ବେହେରା ଓରଫ ନାଥିଆ (୨୩),ଅମର ବେହେରା ଓରଫ ପିଂଟୁ (୨୨) ସମସ୍ତେ ତାଳସଙ୍ଗା ଗ୍ରାମର ଙ୍କୁ ଗିରଫ କରି ଦଫା ୩୦୭,୩୪,୧୪୭,୧୪୮,୩୨୩,୩୨୫,୪୨୭,୫୦୬,୧୪୯ଆଇପିସି ଧାରାରେ ଗିରଫ କରି କେନ୍ଦ୍ରାପଡ଼ା କୋର୍ଟକୁ ଚାଲାଣ କରିଛି । ଅଭିଯୁକ୍ତ ଙ୍କ ଜାମିନ ନାମଂଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଓଡ଼ିଶା ସମାଚାର