କଟକ ସଦର, ୩୧/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ରାଜ୍ୟ ଭେଷଜ ଓ ତାଲିମ୍ ନିର୍ଦ୍ଦେଶକ(ଡିଏମଇଟି) ଭାଵେ ରାଜ୍ୟର ଜଣେ ଅଭିଜ୍ଞ ସ୍ୱ।ସ୍ଥ୍ୟ ପ୍ରଶାସକ ତଥା ଵାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ରମାରମଣ ମହାନ୍ତି ଆଜି ରବିବାର ଦାୟିତ୍ୱ ଗ୍ରହଣ କରିଛନ୍ତି।ଏହୀ ଦାୟିତ୍ଵରେ ୨୦୧୦ ନଭେମ୍ବର ୪ ରୁ ଥିବା କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଭେଷଜ ବିଭାଗ ମୂଖ୍ୟ ତଥା ରାଜ୍ୟର ଜଣେ ଜଣାଶୁଣା ଡାକ୍ତର ପ୍ରଫେସର ସିଵିକେ ମହାନ୍ତି ଆଜି ୩୧ ତାରିଖରେ ଚାକିରୀରୁ ଅଵସର ନେଇ ଥିଵାରୁ ଡାକ୍ତର ରମାରମଣଙ୍କୁ ଏହି ନୂତନ ନିଯୁକ୍ତି ଦିଆଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରୁ ଜଣାଯାଇଛି। ଓଡ଼ିଶା ସମାଚାର