Tuesday , December 7 2021
Breaking News
Home / ତାଜା ଖବର / ଟ୍ରକ୍ ଓ ବାଇକ୍ ଧକା, ଯୁବକ ଗୁରୁତର

ଟ୍ରକ୍ ଓ ବାଇକ୍ ଧକା, ଯୁବକ ଗୁରୁତର

ଗରଦପୁର, ୩୧/୧୦/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ ଗରଦପୁର – ନୂଆପଡ଼ା ଗ୍ରମ୍ୟ ଉନ୍ନୟନ ରାସ୍ତାର ସିଙ୍ଗିଟିଆ ଛକରେ ଟ୍ରକ ସହ ବାଇକ୍ ଧକାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସୂଚନା ରୁ ପ୍ରକାଶ ଯେ ସାନଅଢ଼ଙ୍ଗା ପଂଚାୟତ ସବଳସିଂହ ପୁର ର ପ୍ରଦୀପ କୁମାର ବେଉରା (୪୦) ନିଜ ହିରୋ ସାଇନ୍ ବାଇକ୍ ରେ ପାରାଦୀପ ବନ୍ଦର କୁ ଯାଉଥିଲେ । ଗରଦପୁର-ନୂଆପଡ଼ା ରାସ୍ତାରେ ଯିବା ସମୟରେ ସକାଳ ସାଢ଼େ ୬ଟା ବେଳେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହିତ ଧକା ଲାଗିଥିଲା । ଘଟଣାସ୍ଥଳରେ ପ୍ରଦୀପ ଗୁରୁତର ଆହତ ହେବା ସହିତ ତାଙ୍କ ଡ଼ାହାଣଗୋଡ଼ ଭାଙ୍ଗିଯାଇଥିଲା ।  ବାଇକ ଟି ମଧ୍ୟ ଭାଙ୍ଗିରୁଜି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପାଟକୁରା ଓ ପରେ କଟକ ବଡ଼ ମେଡ଼ିକାଲ ରେ ଚିକିତ୍ସାପାଇଁ ଆଡ଼ମିଶନ କରାଯାଇଛି । ଅପର ପକ୍ଷରେ ଦୂର୍ଘଟଣା ଘଟାଇ ଟ୍ରକ ଡ଼୍ରାଇଭର ଟ୍ରକ ଛାଡ଼ି ଫେରାର ହୋଇଯାଇଥିଲା । ଏ ସମ୍ପର୍କରେ ପ୍ରଦୀପ ଙ୍କ ଭାଇ ଦିଲିପ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପାଟକୁରା ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହିତ ଟ୍ରକ ନଂ ଓଆର୦୯ଏଫ ୭୮୬୬ କୁ ଘଟଣାସ୍ଥଳରୁ ଜବତ କରି ପାଟକୁରା ଥାନାକୁ ନେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଶିକାରୀ ଗୁଳିରେ ମହିଳା ଆହତ

ଫୁଲବାଣୀ/ଖଜୁରୀପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବାବେଳେ ଶିକାରୀ ଗୁଳି ରେ ଜଣେ ମହିଳା ଆହତ ହୋଇଛନ୍ତି । ପ୍ରାପ୍ତ …

Leave a Reply

Your email address will not be published. Required fields are marked *