କଟକ ସଦର, ୩୧/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ବଲାଙ୍ଗୀର ଜିଲ୍ଲା ଵୁଢାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ସଂପୃକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିଵ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରିଵା ଦାଵିରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଙ୍କ ନିର୍ଦ୍ଦେଶକ୍ରମେ ଆଜି ରବିବାର କଟକ ସଦର ଭାଜପା ପକ୍ଷରୁ କନ୍ଦରପୁର ଥାନାରେ ଏତଲା ଦିଆଯାଇଛି।ସଦର ବିଜେପି ନେତା ଦିଲ୍ଲିପ ମଲ୍ଲିକଙ୍କ ନେତୃତ୍ବରେ ଏକ ପ୍ରତିଵାଦ ଶୋଭାଯାତ୍ରା ଵଜାର ପରିକ୍ରମା କରି ଥାନା ଅଧିକାରୀ ବିପିନ ବିହାରୀ ହୋତାଙ୍କୁ ଏତଲା ଦେଇଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା,ଜିଲା ଉପସଭାପତି ଗୋକୁଳ ପ୍ରଧାନ,ମଣ୍ଡଳ ସଭାପତି ଅଭୟ ସ୍ୱ।ଇଁ, ନିର୍ମଳ ଦାଶ, ଯୋଗେନ୍ଦ୍ର ଭୋଇ,ପିୟୁଷ ପରିଡ଼ା, ପ୍ରଦୀପ୍ତ ଦାସ, ନିମାଇଁ ଦାସ, ଲିଙ୍ଗରାଜ ବେହେରା, ଚନ୍ଦ୍ରଶେଖର ମଲ୍ଲିକ,ଵନମାଳୀ ରାଉତ, ମନୋରଞ୍ଜନ ପତି,ସଂଜୟ ମଲ୍ଲିକ,ସନାତନ ସେଠୀ,ପ୍ରଵୋଧ କାଣ୍ଡି, ଅତନୁ ଶତପଥୀ,ରମେଶ ସାହୁ,ଉଲ୍ଲାସ ଦାସ ପ୍ରମୁଖ ଵହୁ କାର୍ୟ୍ୟକର୍ତ୍ତା ଓ କର୍ମୀ ସାମିଲ ହୋଇଥିଲେ। ଓଡ଼ିଶା ସମାଚାର