Wednesday , December 1 2021
Breaking News
Home / ବିଶେଷ / ଓସ୍ତପୁର ରେ ଚୋରୀ

ଓସ୍ତପୁର ରେ ଚୋରୀ

ଗରଦପୁର, ୩୧/୧୦/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ନଡ଼ିଆବରେଇ ପଂଚାୟତ ଅଧିନସ୍ଥ ଓସ୍ତପୁର ଗ୍ରାମର ବିବେକାନନ୍ଦ ସ୍ୱାଇଁ ଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଚୋରୀ ହୋଇଛି । ଦୁର୍ବୃତମାନେ ଗ୍ରୀଲ କାଟି ଘର ମଧ୍ୟକୁ ପ୍ରବେଶ କରି ବିବେକାନନ୍ଦ ଙ୍କ ଶୋଇବା ଘରୁ ଲାଗିଥିବା ଅନ୍ୟ ଏକ କୋଠରୀ ରେ ଥିବା ଚାରିଗୋଟି ଟ୍ରଙ୍କ ଓ ଆଟାଚି ଚୋରାଇ ନେଇଥିଲେ । ସେଥିରେ ଥିବା ନଗଦ ୨୨ ହଜାର ଟଙ୍କା, ୫ ଟା ସୁନା ମୁଦି, ୪ ହଳ ଶଙ୍ଖା, ୨ ଟା ସୁନା ଚେନ୍ , ଗୋଟିଏ ମଙ୍ଗଳ ସୂତ୍ର, ଗୋଟିଏ ସୁନା ଚିତା , ୨ ହଳ ସୁନା କାନଫୁଲ, ୨ ହଳ ରୂପା ପାଉଁଜୀ ସମେତ ଘରବାଡ଼ି ପଟା, ଏଲଆଇସି ବଣ୍ଡ ଓ ଅନ୍ୟାନ୍ୟ କାଗଜ ପତ୍ର ନେଇଯାଇଥିଲେ । ଭଙ୍ଗା ବାକ୍ସ, ଟ୍ରଙ୍କ ଏବଂ ଆଟାଚି, ସୁନା ଗହଣା ଥିବା ଖୋଳ ଓ ଏକ ଲୁହା ସାବଳ ଘର ଠାରୁ କିଛି ଦୂରରେ ଫିଙ୍ଗି ସୁନା ଓ ଟଙ୍କା ନେଇ ଦୁର୍ବୃତମାନେ ପଳାଇଥିଲେ । ଏ ସମ୍ପର୍କରେ ପାଟକୁରା ଥାନାରେ ଏକ ମାମଲା ରୁଜୁ ହେବା ସହିତ ତଦନ୍ତ ଜାରି ରହିଛି । ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *