Monday , December 6 2021
Breaking News
Home / ରାଜନୀତି / ଇନ୍ଦିରା ଗାନ୍ଧିଙ୍କ ବଳିଦାନ ଦିବସ 

ଇନ୍ଦିରା ଗାନ୍ଧିଙ୍କ ବଳିଦାନ ଦିବସ 

ଗରଦପୁର, ୩୧/୧୦/୨୦୨୧(ଓଡ଼ିଶା ସମାଚାର)- ପାଟକୁରା କଂଗ୍ରେସ ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ କାର୍ଯ୍ୟାଳୟ ବନ୍ଧସାହି ଠାରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧିଙ୍କ ୩୭ତମ ବଳିଦାନ ଦିବସ ପାଳିତ ହୋଇ ଯାଇଛି । ଡ଼େରାବିଶ ବ୍ଲକ୍ କଂଗ୍ରେସ ସଭାପତି ଉମେଶ ଚନ୍ଦ୍ର ତ୍ରିପାଠୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଯୋଗଦେଇ ସ୍ୱର୍ଗତ ଗାନ୍ଧିଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ଘ୍ୟ ପ୍ରଦାନ କରି ଶ୍ରଦ୍ଧାଂଜଳି ଦେବା ସହିତ ସ୍ୱର୍ଗତ ଗାନ୍ଧି ଙ୍କ ବଳିଷ୍ଠ ନେତୃତ୍ୱ ପାଇଁ ଭାରତ ବର୍ଷର ଅନେକ କ୍ଷେତ୍ରରେ ବିକାଶ ଯଥା: ଗରୀବ ହଟାଅ କାର୍ଯ୍ୟକ୍ରମ, ପଂଚ ବାର୍ଷିକ ଯୋଜନା, ବ୍ୟାଙ୍କ ଜାତୀୟକରଣ, ବାଙ୍ଗଲା ଦେଶ ମୁକ୍ତି ଯୁଦ୍ଧରେ ବିଜୟୀ ହେବା ସହିତ ସବୁଜ ବିପ୍ଳବ ଜରିଆରେ ଭରରତ ବର୍ଷରେ ବହୁ ବିଧ ବିକାଶ କରାଇଥିଲେ ବୋଲି କହିଥିଲେ । ଏହାଛଡ଼ା ପାଟକୁରା କଂଗ୍ରେସ କିଭଳି ଦୃଢ଼ ଓ ବଳିଷ୍ଠ ହୋଇ ପାରିବ ସେଥିପାଇଁ ସମସ୍ତଙ୍କ ସହିତ ଆଲୋଚନା କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲା ପରିଷଦ ସଭ୍ୟ ରଘୁନାଥ ସତପଥି, ସୁଖଦାନନ୍ଦ ପ୍ରଧାନ,ଦୟାନିଧି ଜେନା,ନୀରଂଜନ ରାଉତ,ସଂଗ୍ରାମ ପୃଷ୍ଟି, ରଂଜନ ପରିଜା, ଅମୂଲ୍ୟ ମିଶ୍ର,ସୁଦାମ ବାରିକ,ଶଙ୍କର୍ଷଣ ମଲିକ, ଗୋବର୍ଦ୍ଧନ ସାହୁ, ରମାକାନ୍ତ ସ୍ୱାଇଁ, ଅଶୋକ ଲେଙ୍କା ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇ ଇନ୍ଦିରା ଗାନ୍ଧିଙ୍କ ଆଦର୍ଶ ଓ କଂଗ୍ରେସର ଜନ କଲ୍ୟାଣ କାର୍ଯ୍ୟର ଅବତାରଣ କରିଥିଲେ । ଶେଷରେ ଗରଦପୁର ବ୍ଲକ୍ କଂଗ୍ରେସ ସଭାପତି ଜ୍ୟୋତିରଂଜନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ବିବାଦରେ ପାରାଦୀପ ବିଜେପି ସଙ୍ଗଠନ- ଜିଲ୍ଲା ଉପସଭାପତିଙ୍କୁ ଆକ୍ରମଣ, ଥାନାରେ ମାମଲା

ପାରଦୀପ , ୨୫/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପର ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟର ଅଧ୍ରକ୍ଷ ତଥା ଜିଲ୍ଲା ବିଜେପିର ଉପସଭାପତି ଅଜିତ …

Leave a Reply

Your email address will not be published. Required fields are marked *