Saturday , June 3 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ୟୁନିୟନ ବ୍ୟାଙ୍କ ପକ୍ଷରୁ ଗ୍ରାହକ ସଚେତନତା କାର୍ୟ୍ୟକ୍ରମ

ୟୁନିୟନ ବ୍ୟାଙ୍କ ପକ୍ଷରୁ ଗ୍ରାହକ ସଚେତନତା କାର୍ୟ୍ୟକ୍ରମ

ସାଲେପୁର, ୩୦/୧୦/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ସାଲେପୁରଠାରେ ଥିବା ୟୁନିୟନ ବ୍ୟାଙ୍କ ପକ୍ଷରୁ ଗ୍ରାହକ ଓ ଜନସାଧାରଣ ଙ୍କ ନିମନ୍ତେ ଗ୍ରାହକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନାର୍ଦ୍ଦନ ପୁର ଠାରେ ଆୟୋଜିତ ଏହି କାର୍ୟ୍ୟକ୍ରମ ରେ ସ୍ଥାନୀୟ ଗ୍ରାହକ ଓ ଜନସାଧାରଣ ଯୋଗଦାନ କରିଥିଲେ । ବ୍ୟାଙ୍କ ର ଶାଖାପରିଚାଳକ ସିଦ୍ଧାନ୍ତ ତ୍ରିପାଠୀ, ମୁଖ୍ୟ କ୍ୟାସିୟର ପ୍ରଫୁଲ୍ଲ କୁମାର ପାତ୍ର , ପ୍ରାକ୍ତନ ସରପଞ୍ଚ ବିଶ୍ୱଭୂଷଣ ନାୟକ ପ୍ରମୁଖ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ । ଏହି କାର୍ୟ୍ୟକ୍ରମ କୁ ଗ୍ରାହକ ସେବା କେନ୍ଦ୍ରଓ ବକ୍ରାଙ୍ଗି ଏ ଟି ଏମ୍ ର ସଂଚାଳକ ବ୍ରଜବନ୍ଧୁ ବେହେରା ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.