କଟକ ସଦର, ୩୦/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କରୋନା ସଂକ୍ରମଣ ଦୃଷ୍ଟିରୁ ବିଦ୍ୟାଳୟ ଗୁଡିକ ଦୁଇ ବର୍ଷ ହେଲା ବନ୍ଦ ରହିଥିବା ବେଳେ ଚଳିତ ଅକ୍ଟୋବର ୨୫ ରୁ ଅଷ୍ଟମ ଶ୍ରେଣୀରେ ପାଠ ପଢା ଆରମ୍ଭ ହୋଇଛି। ସେଥିରେ ନଭେମ୍ବର ରେ ୫ ମ ରୁ ୭ମ ଖୋଲିବାକୁ ସରକାର ନିଷ୍ପତ୍ତି ନେଵାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନର ଵଜାର ଦର ଆକାଶଛୁଆଁ ହୋଇଥିଲା ଵେଳେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଉପରେ ଏହାର ପ୍ରଭାବ ପଡିଵା ନିଶ୍ଚିତ ହୋଇଛି।ସରକାର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ନିମନ୍ତେ ଚାଉଳ ସହ ପ୍ରାଥମିକ ବିଦ୍ୟାଳୟର ଗୋଟିଏ ପିଲା ପିଛା ଟ ୫.୪୨ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୋଟିଏ ପିଲା ପିଛା ଟ.୮.୧୦ ପଇସା ଧାର୍ୟ୍ୟ ଦର ଯୋଗାଇଥାନ୍ତି।ହେଲେ ଏଵେ ଵଜାରରେ ଜାଳେଣି ସହ ରାସନ ସାମଗ୍ରୀ ର ଦର ଦିନକୁଦିନ ହୁ ହୁ ହୋଇ ଵଢିଚାଲିଥିଵା ଵେଳେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କରିଵାକୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏଵେ ଠାରୁ କୁନ୍ତୁ କୁନ୍ତୁ ହେଉଥିବା ଅଭିଯୋଗ ହେଉଛି। ଗଣଶିକ୍ଷା ବିଭାଗ ସ୍କୁଲ ଖୋଲିବା ପୂର୍ବରୁ ଏଥିପ୍ରତି ଦୃଷ୍ଟି ଦେଵାକୁ ସଵୁ ମହଲରୁ ଦାଵି ହେଉଛି। ଓଡ଼ିଶା ସମାଚାର
