ତାରପୁର ୩୦/୧୦/୨୦୨୧(ଓଡ଼ିଶା ସମାଚାର)-ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା କାଣ୍ଡର ସିବିଆଇ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି ଜଗତସିଂହପୁର ଜିଲା ବିଜେପି ପକ୍ଷରୁ ବନ୍ଦ ଡ଼ାକରା ରଘୁନାଥପୁର ବ୍ଲକ୍ ର ବିଭିନ୍ନ ସ୍ଥାନରେ ସଫଳ ହୋଇଛି । ଏହି ବନ୍ଦ ଡ଼ାକରାରେ କଟକ ପାରାଦୀପ ରାସ୍ତାର ଜଇପୁର, ତାରପୁର, ରଘୁନାଥପୁର ଛଳରେ ବହୁ ସଂଖ୍ୟାର ବିଜେପି କର୍ମୀ ଏକତ୍ରିତ ହୋଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେବା ସହିତ ଏହି ଘଟଣାକୁ ନେଇ ବନ୍ଦ ଡ଼ାକରା ଦେଇଥିଲେ । ଫଳରେ ରାସ୍ତାରେ ଗାଡ଼ି ମୋଟର ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ସହିତ ବିଭିନ୍ନ ଅଫିସ ଓ ଦୋକାନ ବଜାର ବନ୍ଦ ରଖାଯାଇଥିଲା । ଏହି ବନ୍ଦ ଡ଼ାକରାରେ ଜଗତସିଂହପୁର ଜିଲା ବିଜେପି ଯୁବ ମୋର୍ଚା ସଭାପତି ମାନସ କୁମାର ଦାସ, ଉପସଭାପତି ଜଗନ୍ନାଥ ବାରିକ, ଜିଲା ଯୁବ ମୋର୍ଚା ସମ୍ପାଦକ ମନୋଜ କୁମାର ନାୟକ, ରାଜ୍ୟ ଯୁବ ମୋର୍ଚା ସମ୍ପାଦକ ପ୍ରକାଶ ଦଳେଇ, ଆଲୋକ ଜେନା, ସମିର ଦାସ, ଦୀପକ ନାୟକ,ବସନ୍ତ ଜେନା, ଲଳିତ ଦାସ,ଦୀପକ ପୃଷ୍ଟି, ସୁକାନ୍ତ ବିଶ୍ୱାଳ, ସଂଗୀତା ସେଣ, ଶିବ ପ୍ରସାଦ ସ୍ୱାଇଁ, କ୍ଷିତିଶ ଦାସ, ସାଗର ଦାସ, ରୂପକ ଖୁଂଟିଆ, ଯୋଗେନ୍ଦ୍ର ଦାସ ପ୍ରମୁଖ ସାମିଲ ଥିଲେ । ଓଡ଼ିଶା ସମାଚାର
