Wednesday , December 8 2021
Home / ବିଶେଷ / ପାଟକୁରା ଥାନା ଅଂଚଳରେ ଦୁଇଟି ଚୋରୀ

ପାଟକୁରା ଥାନା ଅଂଚଳରେ ଦୁଇଟି ଚୋରୀ

ଗରଦପୁର, ୩୦/୧୦/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ପରକଣା ଗ୍ରାମର ଶତୃଘନ ରାଉତ ଙ୍କ ଘରୁ ଗତକାଲି ରାତିରେ ଚୋରୀ ହୋଇଛି ।ଦୁର୍ବୃତମାନେ କୋଠାଘର କବାଟ ଗ୍ରୀଲ କାଟି ଶତୃଘନଙ୍କ ଶୋଇବା ଘରୁ ଆଲମିରା ତାଡ଼ି ସେଥିରେ ଥିବା ନଗଦ ୫୦ ହଜାର ଟଙ୍କା ଲୁଟିନେଇଛନ୍ତି । ଏଥି ସହିତ ଏକ ହଳ ସୁନା ରିଙ୍ଗ ଓ ଗୋଟିଏ ସୁନା ମୁଦି ଓ ଆସବାବପତ୍ର ଚୋରୀକରି ନେଇଛନ୍ତି । ଘରୁ ୫ ଟି ବାକ୍ସ ଉଠାଇ ନେଇ ଘର ପାଖରୁ କିଛି ଦୂରରେ ବାକ୍ସ ଗୁଡ଼ିକୁ ତାଡ଼ି ସେଥିରେ ଥିବା ଲୁଗା ପଟା ଓ ଘର କରଣା ଜିନିଷ ଲୁଟିନେଇ ଟ୍ରଙ୍ଗ ବାକ୍ସ ଗୁଡ଼ିକୁ ପକାଇ ଦେଇ ଯାଇଛନ୍ତି । ଏ ସମ୍ପର୍କରେ ପାଟକୁରା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ସେହିପରି ଅନ୍ୟ ଏକ ଘଟଣାରେ ବନ୍ତଳା ଗ୍ରାମର ଗୌତମ ଦାସଙ୍କର ୨୦ଟି ମେଣ୍ଢା ଗତ ଗୁରୁବାର ରାତିରେ ଚୋରୀ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଗୌତମ ଙ୍କ ଘର ଠାରୁ କିଛି ଦୂରରେ ତାଙ୍କର ମେଣ୍ଢା ଗୁହାଳ । ସନ୍ଧ୍ୟାରେ ମେଣ୍ଢା ଗୁଡ଼ିକୁ ଗୁହାଳରେ ରଖି ଗୁହାଳ କବାଟ ବନ୍ଦ କରି ଗୌତମ ଘରେ ଥିଲେ । ରାତିରେ ଦୁର୍ବୃତମାନେ ଏକ ପିକଅପ୍ ଗାଡ଼ିରେ ଗୁହାଳର କବାଟ ତାଡ଼ି ମେଣ୍ଢା ଗୁଡ଼ିକୁ ଚୋରାଇ ନେଇଥିଲେ । ମେଣ୍ଢା ଗୁଡ଼ିକ ଗୁହାଳରେ ନଥିବା ଓ ଗୁହାଳ ନିକଟରେ ଗାଡ଼ି ଚିହ୍ନ ଥିବାରୁ ଏ ସମ୍ପର୍କରେ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମେଣ୍ଢା ଗୁଡ଼ିକର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ସେ ଏତଲାରେ ଦର୍ଶାଇଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *