Wednesday , October 4 2023
Breaking News
Home / ବିଶେଷ / ପାଟକୁରା ଗ୍ୟାଙ୍ଗ ୱାର ଘଟଣାରେ ଅଟକ ସଂଖ୍ୟା ୫କୁ ବୃଦ୍ଧି 

ପାଟକୁରା ଗ୍ୟାଙ୍ଗ ୱାର ଘଟଣାରେ ଅଟକ ସଂଖ୍ୟା ୫କୁ ବୃଦ୍ଧି 

ଗରଦପୁର, ୩୦/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ଅନ୍ତର୍ଗତ ନୂଆପଡା ବଜାରରେ ଗତ ଗୁରୁବାର ସନ୍ଧ୍ୟାରେ ଘଟିଥିବା ଗ୍ୟାଙ୍ଗ ୱାର ଘଟଣାରେ ପୋଲିସ ଆଉ ଜଣଙ୍କୁ ଥାନାକୁ   ଅଟକ ରଖିାଯାଇ ତଦନ୍ତ ଚାଲିଥିବାବେଳେ ଆଜି ଆଉ ଜଣଙ୍କୁ ଆଣି ଅଟକ ରଖିବା ଦ୍ୱାରା ଅଟକ ସଂଖ୍ୟା ୫ କୁ ବୃଦ୍ଧି ପାଇଛି । ଏହି ଘଟଣାରେ ଘଟଣାସ୍ଥଳରୁ ପୋଲିସ ଏକ କାର , ହଳେ ଚପଲ, କାଠ ଫାଳିଆର ଟୁକୁଡ଼ା ସହିତ ରକ୍ତ ଭିଜା ମାଟି ଆଦି ଜବତ କରିଥିଲା । ଅପର ପକ୍ଷରେ ଶଙ୍କଟାପନ୍ନ ଅବସ୍ଥାରେ କଟକ ମେଡ଼ିକାଲ ରେ ଚିକିତ୍ସାଧିନ ଥିବା ପ୍ରତାପ ସାହୁ ଆଲିଆସ ବିଭୁ ଓ ତାର ଭାଇ ପ୍ରଭାତ ଆଲିଆସ କୁନୀ ଓ ସମ୍ପୃକ୍ତ କାର ଡ଼୍ରାଇଭର ତଥା ସହଯୋଗୀ  ପାରାଦୀପ ଅଂଚଳର ବୈଦ୍ୟନାଥ ମହାପାତ୍ର ଏବେବି ଚିକିତ୍ସାଧିନ ଅଛନ୍ତି । ତେବେ ବିଭୁ ଗୋଷ୍ଠି ସହିତ ପ୍ରଶାନ୍ତ ଆଲିଆସ ପସା ଗୋଷ୍ଠି ମଧ୍ୟରେ ଲାଗିଥିବା ଗଣ୍ଡଗୋଳ ର କାରଣ କଣ ହୋଇପାରେ ତାହା ତଦନ୍ତ ପରେ ଜଣାପଡ଼ିବ । ସାର୍ପ ସୁଟର ବିଭୁର ପାତିଆରା ନା ପସା ଚଳାଉଥିବା ବିଚଣା ବାଲି ଖାଦାନ ରୁ ବଟି ଆଦାୟ ନେଇ ହୋଇଛି, ତାହା ଜଣାପଡ଼ିନାହିଁ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *