ନିଶ୍ଚିନ୍ତକୋଇଲି , ୩୦/୧୦/୨୦୨୧ (ଓଡିଶା ସମାଚାର /ଅଭୟ ଜେନା ) -ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମାହାଙ୍ଗା ଡବଲ ମର୍ଡର ହତ୍ୟାକାନଣ୍ଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଦାବି ସହ ବଡ଼ମ୍ବା ବିଜେପି ନେତା ବିଜୟ ଦଳବେହେରାଙ୍କ ଗିରଫ ପ୍ରତିବାଦରେ ବିଜେପି ପକ୍ଷରୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି। ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ବିଜେପିର ବହୁ କର୍ମୀ ଓ ନେତା ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ଦିବ୍ୟଶଙ୍କର ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ନରାବାଜି କରି ନିଶ୍ଚିନ୍ତକୋଇଲି ବଜାରରୁ ପଦ ଯାତ୍ରାରେ ଆସି ଥାନା ସମ୍ମୁଖକୁ ଆସିଥିଲେ। ଥାନା ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇ ଥିଲା। ତେବେ ରାଜ୍ୟ ପୋଲିସ ନୁହେଁ, ବରଂ ତୁରନ୍ତ ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ବିଜେପି ପକ୍ଷରୁ ଦାବି ହେବା ସହ ଏହି ସବୁ ଘଟଣାରେ ସଂପୃକ୍ତ ମନ୍ତ୍ରୀମାନଙ୍କୁ ଗିରଫକରା ନଗଲେ ଅଗାମି ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ସେମାନେ ଚେତାବନୀ ଦେଇଥିଲେ ।ଓଡ଼ିଶା ସମାଚାର
