Saturday , August 20 2022
Breaking News
Home / ବିଶେଷ / ଦୋକାନ ବନ୍ଦ କରିବାକୁ ନେଇ ବଚସା ଘଟଣାରେ ୨ ଥାନାରେ ଅଟକ

ଦୋକାନ ବନ୍ଦ କରିବାକୁ ନେଇ ବଚସା ଘଟଣାରେ ୨ ଥାନାରେ ଅଟକ

କେନ୍ଦ୍ରାପଡ଼ା, ୩୦/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଜଡିତ ମନ୍ତ୍ରୀଙ୍କୁ ବହିଷ୍କାର ଓ ଗିରଫ ଦାବିରେ  ଶନିବାର କେନ୍ଦ୍ରାପଡାରେ ବନ୍ଦ ପାଳନ କରାଯାଇଥିଲା । ବନ୍ଦ ପାଳନ ଅବସରରେ ବିଜେପି ପକ୍ଷରୁ ବାହାରିଥିବା ଏକ ଶୋଭାଯାତ୍ରା କେନ୍ଦ୍ରାପଡା ସହର ପରିକ୍ରମା କରୁଥିବା ବେଳେ ପୁରୁଣା ଜେଲ ରୋଡ ନିକଟରେ ଜନୈକ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତିଙ୍କୁ ଦୋକାନ ବନ୍ଦ କରିବାକୁ କହିବାରେ ଶୋଭାଯାତ୍ରାକାରୀ ୨ଜଣ ଯୁବକ ଓ ଦୋକାନିଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ଘଟଣାକୁ ନେଇ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ସେହି ୨ଜଣ ଯୁବକଙ୍କୁ ନେଇ ଥାନାରେ ଅଟକ ରଖିଥିବା ଟାଉନ ଥାନା ଇନସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ଠାରୁ ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ଏ.କେ.ବିଦ୍ୟାମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହା ଆଡମ୍ବରରେ  ପାଳିତ

କଟକ,୧୯/୦୮/୨୦୨୨ (ଓଡ଼ିଶା ସମାଚାର) : କଟକ ସଦର  ୪୨ ମୌଜା ଦଧିବାମନପୁର  ସ୍ଥିତ ଏ.କେ.ବିଦ୍ୟାମନ୍ଦିରରେ ମହା ଆଡମ୍ବରରେ ଶ୍ରୀକୃଷ୍ଣ ଜନ୍ମ …

Leave a Reply

Your email address will not be published.