Friday , September 29 2023
Breaking News
Home / ବିଶେଷ / ଦୁଇ ଠକ ଗିରଫ

ଦୁଇ ଠକ ଗିରଫ

ଭୁବନେଶ୍ୱର,୩୦/୧୦/୨୦୨୧(ଓଡ଼ିଶା ସମାଚାର)- ୧ କୋଟି ୧୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଠକ ଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଗିରଫ କରିଛି । ଗିରଫ  ଦୁଇ ଅଭିଯୁକ୍ତ ହେଲେ ସୂର୍ୟ୍ୟମଣୀ ତ୍ରିପାଠୀ ଓ ଅମିତ ସ୍ବାଇଁ । ଦିଲ୍ଲୀର ଏକ କମ୍ପାନୀ ରାଷ୍ଟ୍ରୀୟ ଷ୍ଟେନଲେସ ଷ୍ଟିଲ ନାମକ ଏକ କମ୍ପାନୀର ମୁଖ୍ୟ ମୁକେଶ ଜୈନ୨୦୧୮ରେ ଇଓଡ଼ବ୍ଲୁ ନିକଟରେ ଅଭିଯୋଗ କରିଥିଲେ ।

ଅଭିଯୋଗ ମୁତାବକ, ଦିଲ୍ଲୀର ରାଜେଶ ଗେହେଲଟ ନାମକ ଜଣେ ବ୍ୟକ୍ତି ନିଜକୁ ର’ ଅଧିକାରୀ କହି ତାଙ୍କ ସହ ଯୋଗାଯୋଗ କରିଥିଲେ । ଓଡିଶାର ବିଭିନ୍ନ ରାଜନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ଅଛି । ତେଣୁ ଓଡ଼ିଶାରେ ବ୍ୟବସାୟ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ । ଏ ନେଇ ଦିଲ୍ଲୀ ଓଡ଼ିଶା ଭବନରେ ଏକ ବୈଠକ ହୋଇଥିଲା । ଯେଉଁଥିରେ ସୂର୍ୟ୍ୟମଣୀ ତ୍ରିପାଠୀ ଓ ଅମିତ ସ୍ଵାଇଁ ଯୋଗ ଦେଇଥିଲେ । ସୂର୍ୟ୍ୟମଣୀ ନିଜକୁ ଜଣେ ଆଇଏଏସ ଭାବେ ପରିଚୟ ଦେଇ ଓ୍ବାର୍କ୍ସ ଡିପାର୍ଟମେଣ୍ଟର ଆଡିସନାଲ ସେକ୍ରେଟାରୀ ଅଛନ୍ତି ବୋଲି କହିଥିଲେ । ସେହିପରି ଅମିତ ସ୍ବାଇଁ ନିଜକୁ ପିଡବ୍ଲୁଡି ବିଭାଗର ଆସିଷ୍ଟାଣ୍ଂଟ ଇଞ୍ଜିନିୟର ଭାବେ ପରିଚୟ ଦେଇଥିଲେ । ଓ୍ବାର୍କ ଅର୍ଡର ଦେବାକୁ କହି ୧ କୋଟି ୧୭ ଲକ୍ଷ ଟଙ୍କା ଠକିନେଇଥିଲେ ।  ସୂର୍ୟ୍ୟମଣୀ ଓଡ଼ିଶାର କୌଣସି ଆଇଏଏସ ନୁହଁନ୍ତି କିମ୍ବା ସେ କୌଣସି ପୂର୍ତ୍ତ ବିଭାଗର ଅଧିକାରୀ ନୁହଁନ୍ତି ବୋଲି ଆରଟିଆଇ ତଥ୍ୟରୁ ଜଣଶପଡ଼ିଥିଲା । ତେଣୁ ଅଭିଯୋଗକାରୀ ମୁକେଶ ଓ ତାଙ୍କ ପୁଅ ଆକାଶ ଜୈନ ଇଓଡ଼ବ୍ଲୁ ଦ୍ବାରସ୍ଥ ହୋଇଥିଲେ ।

ଇଓଡ଼ବ୍ଲୁ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସୂର୍ୟ୍ୟମଣୀ ତ୍ରିପାଠୀ କଟକରେ ଥିବା ଡ଼ାଇରେକଟୋରେଟ୍ ଟେକନିକାଲ ଏଜୁକେସନର ଜଣେ କ୍ଲର୍କ ଓ  ଅମିତ ସ୍ବାଇଁ ସେଭଳି କୌଣସି ଅଧିକାରୀ ନଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିଲା । ଉଭୟଙ୍କୁ ଗିରଫ କରି    କୋର୍ଟ ଚାଲାଣ କରାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *