Monday , December 6 2021
Breaking News
Home / ରାଜନୀତି / ଦରଦାମ ବୃଦ୍ଧି ନେଇ ଆନ୍ଦୋଳନ ପାଇଁ ବିଜେଡ଼ି ର ସଜବାଜ

ଦରଦାମ ବୃଦ୍ଧି ନେଇ ଆନ୍ଦୋଳନ ପାଇଁ ବିଜେଡ଼ି ର ସଜବାଜ

ଭୁବନେଶ୍ୱର,୩୦/୧୦/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ ଦରଦାମ ର ଅହେତୁକ ବୃଦ୍ଧି ଯୋଗୁ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ଦୈନିକ ପେଟ୍ରୋଲ ଓ ଡ଼ିଜେଲ ର ଦରବୃଦ୍ଧି ଯୋଗୁ ଏହାର ପ୍ରଭାବ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଠାରୁ ଆରମ୍ଭ କରି ଖାଦ୍ୟ ଦ୍ରବ୍ୟରେ ଦର ବୃଦ୍ଧି ଘଟାଉଛି । କେନ୍ଦ୍ର ସରକାର ହାତରେ ନମାରି କାତରେ ମାରୁଛନ୍ତି । ଏପଟେ କରୋନା ରୁ ବଂଚାଇବା ପାଇଁ ପଦକ୍ଷେପ , ସେପଟେ ଦରଦାମ ବୃଦ୍ଧି କରି ଲୋକଙ୍କୁ ମରଣ ମୁହଁକୁ ଠେଲିଦେଉଛି କେନ୍ଦ୍ର ସରକାର । ଏହାକୁ ଦୃଷ୍ଟିରେ ରଖି ବିଜେଡ଼ି ପକ୍ଷରୁ ଆନ୍ଦୋଳନ କରିବା ପାଇଁ ସଜବାଜ ହେଲାଣି । ଆସନ୍ତା ନଭେମ୍ବର ପହିଲା ରେ ରାଜ୍ୟର ୧୪୭ ଗୋଟି ନିର୍ମାଚନ ମଣ୍ଡଳୀରେ ମହିଳା ବିଜେଡ଼ି ପକ୍ଷରୁ ପ୍ରତିବାଦ କରାଯିବ । ଏ ସମ୍ପର୍କରେ ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ ସୂଚନା ଦେଇଛନ୍ତି । ଏହାଛଡ଼ା ଆସନ୍ତା କାଲି ରବିବାର ଦଳ ପକ୍ଷରୁ ରାଜ ଭବନ ଆଗରେ ଧାରେଣା ଦିଆଯିବା ସହ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ମହାମହିମ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ । ସେହିପରି ପେଟ୍ରୋଲ ଓ ଡ଼ିଜେଲ ର ଅହେତୁକ ଦର ବୃଦ୍ଧି କାରଣରୁ ରାଜ୍ୟର ସମସ୍ତ ୧୪୭ ଟି ନିର୍ବାଚନ ମଣ୍ଡଳୀର ପେଟ୍ରୋଲ ପମ୍ପ ରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଜୁ ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ପ୍ରତିବାଦ କରାଯିବ । କରୋନା କାଳରେ ଲୋକଙ୍କ ହାତରେ ରୋଜଗାର ନଥିବାବେଳେ ଏଭଳି ଲଗାତର ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବାଧୁଛି । ଖାସ କରି ପେଟ୍ରୋଲ ଓ ଡ଼ିଜେଲ ଓ ଜାଳେଣି ଗ୍ୟାସ , ଅତ୍ୟାବଶ୍ୟକ ପଦାର୍ଥର ଅହେତୁକ ଦର ବୃଦ୍ଧି ସାଧାରଣ ଲୋକେ ହନ୍ତସନ୍ତ ହେଉଥିବାବୋଳ ଦରଦାମ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । ଏଭଳି ଅହେତୁକ ଦର ବୃଦ୍ଧି କାରଣରୁ ଲୋକେ ବଂଚିବା କଷ୍ଟକର ବ୍ୟାପାର ହୋଇ ପଡ଼ିଛି । ତେଣୁ ସାଧାରଣ ଲୋକଙ୍କ ସ୍ୱାର୍ଥ ରେ ବିଜେଡ଼ି ଆନ୍ଦୋଳନକୁ ଯିବ ବୋଲି ବିଧାୟକ ପ୍ରତାବ ଦେବ ଓ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବିବାଦରେ ପାରାଦୀପ ବିଜେପି ସଙ୍ଗଠନ- ଜିଲ୍ଲା ଉପସଭାପତିଙ୍କୁ ଆକ୍ରମଣ, ଥାନାରେ ମାମଲା

ପାରଦୀପ , ୨୫/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପର ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟର ଅଧ୍ରକ୍ଷ ତଥା ଜିଲ୍ଲା ବିଜେପିର ଉପସଭାପତି ଅଜିତ …

Leave a Reply

Your email address will not be published. Required fields are marked *