କେନ୍ଦ୍ରାପଡ଼ା, ୩୦/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ଅବକାରୀ ଅଧିକ୍ଷକ ସୁବର୍ଣ୍ଣ କୁମାର ନାୟକଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗର କର୍ମଚାରୀମାନେ ଶନିବାର ବାଲିପାଟଣାରୁ ୨ଜଣ ମଦ ବ୍ୟବସାୟୀଙ୍କୁ ଗିରଫ କରିବା ସହିତ ୨୧ବୋତଲ ବିଦେଶୀ ମଦ ଏବଂ ୩ଟି ଜାର୍ ଜବତ କରି ମଦ ବେପାରୀମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି । ସେମାନଙ୍କଠାରୁ ମଦ ତିଆରି ପାଇଁ ବହୁ ପରିମାଣର ରାସାୟନିକ ପଦାର୍ଥ, ଠିପି, ବୋତଲ, ଲେବୁଲ ଷ୍ଟିକର ଏବଂ ଗୋଟିଏ ବାଇକ ଜବତ କରିଛନ୍ତି । ମଦ ବେପାରୀ ୨ଜଣ ହେଉଛନ୍ତି ଆଳି ଅଂଚଳର ସୂର୍ଯ୍ୟକାନ୍ତ ଦାସ ଓ କାଳନ୍ଦୀ ସିଂ । ଅବକାରୀ ଇନିସ୍ପେକ୍ଟର କମଳଲୋଚନ ପାଇକରାୟ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଚଢାଉରେ ଏ.ଏସ.ଆଇ. ନିରୁପମା ସାହୁ ଓ ଅନ୍ୟ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର