କେନ୍ଦ୍ରାପଡ଼ା, ୩୦/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ସ୍ୱଳ୍ପ ସଂଚୟ ବିଭାଗର ମିଳିତ ଆନୁକୂଲ୍ୟରେ ଶନିବାର ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ସଚେତନତା ରଥକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ମିତବ୍ୟୟିତା ପତାକା ଦେଖାଇ ଉଦଘାଟନ କରିଥିଲେ । ଜନସାଧାରଣଙ୍କ ମନରେ ମିତବ୍ୟୟିତା ପ୍ରତି ସଚେତନତା ସୃଷ୍ଟି କରିବା ଓ ଆଗାମୀ ଭବିଷ୍ୟତ ପ୍ରତି ସଂଚୟ ମନୋବୃତି ଜାଗ୍ରତ କରିବା ଏହି ଦିବସ ପାଳନର ଉଦ୍ଧେଶ୍ୟ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ବିଶେଷ କରି ନିଜ ଅର୍ଥକୁ ସୁରକ୍ଷିତ ରଖିବାପାଇଁ କେବଳ ସ୍ୱୀକୃତିପ୍ରାପ୍ତ ଅଧିକୃତ ଓ ପଞ୍ଜିକୃତ ସଂସ୍ଥା ବା ବ୍ୟାଙ୍କ ପୋଷ୍ଟ ଅଫିସରେ ଜମା ରଖିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଓ ସ୍ୱଳ୍ପ ସଂଚୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସଚେତନତା ରଥ ସହରରେ ସ୍ୱଳ୍ପ ସଂଚୟ ପ୍ରଚାରପତ୍ର ବଂଟନ କରିଥିଲା । ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ରାଜେନ୍ଦ୍ର ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର