କଟକ ସଦର, ୩୦/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ଜିଲ୍ଲା କଂଗ୍ରେସ କମିଟିର ପ୍ରଥମ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ମାନସ ଚୈ।ଧୁରୀଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଓଡ଼ିଶା ପ୍ରଭାରୀ ଡଃ ଚେଲା କୁମାର, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟନାୟକ, ରୁଦ୍ର ରାଜୁ, ଡଃ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ କଂଗ୍ରେସ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଭଲ ପ୍ରଦର୍ଶନ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଥମେ ସେଵାଦଳର କାର୍ଯ୍ୟକର୍ତ୍ତା ଙ୍କ ଦ୍ଵାରା କଂଗ୍ରେସ ପତାକା ଉତ୍ତୋଳନ କରାଯିଵା ସହ ରାଷ୍ଟ୍ରଗାନ କରାଯାଇ ଦିବଂଗତ ବରିଷ୍ଠ କଂଗ୍ରେସ ନେତା ସେକ୍ ମତଲୁଵ ଅଲ୍ଲି,ଗୁରୁପଦ ନନ୍ଦ ଓ ଯୁଵ ନେତା ସଂଗ୍ରାମ ଜେନା ଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଓଡ଼ିଶା ସମାଚାର