Monday , November 29 2021
Breaking News
Home / ବିଶେଷ / ଇନଭେନଟ୍ରୀ କରାଯାଇ ଗୁଲନଗର ପଂଚାୟତର ନୁତନ ପିଇଓଙ୍କୁ ଦାୟୀତ୍ୱ ହସ୍ତାନ୍ତର

ଇନଭେନଟ୍ରୀ କରାଯାଇ ଗୁଲନଗର ପଂଚାୟତର ନୁତନ ପିଇଓଙ୍କୁ ଦାୟୀତ୍ୱ ହସ୍ତାନ୍ତର

କେନ୍ଦ୍ରାପଡ଼ା,୩୦/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଂଚାୟତର ପୂର୍ବତନ ପଂଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଆଲୋକ କୁମାର ଦଳାଇ ଭତା ଅର୍ଥ ତୋଷରପାତ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି । ବ୍ଲକ ପକ୍ଷରୁ ସେହି ପଂଚାୟତରେ ମାନସ କୁମାର ଜେନାଙ୍କୁ ନୂତନ ପଂଚାୟତ ନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି । କିନ୍ତୁ ପୂର୍ବତନ ପିଇଓ ଦାୟୀତ୍ୱ ହସ୍ତାନ୍ତର କରିନାହାନ୍ତି । ତେଣୁ ସେହି ପାୟତର ଦୈନନ୍ଦିନ କାର୍ଯ୍ୟରେ ବାଧା ଉପୁଜିବାରୁ ଉପଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଶୁକ୍ରବାର ଗୁଲନଗର ପଂଚାୟତ କାର୍ଯ୍ୟାଳୟରେ ଇନଭେନଟ୍ରୀ କରାଯାଇ ୨ଟି ଆଲମୀରାରେ ଥିବା ପଂଚାୟତର ସମସ୍ତ ରେକର୍ଡପତ୍ର ତନଖି ପୂର୍ବକ ନୂତନ ପିଇଓ ଶ୍ରୀ ଜେନାଙ୍କୁ  ହସ୍ତାନ୍ତର କରାଯାଇଛି । ମ୍ୟାଜିଷ୍ଟ୍ରେଟ ତଥା ଡେରାବିଶର ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମହାନ୍ତିଙ୍କ ଉପସ୍ଥିତିରେ ଇନଭେନଟ୍ରୀ କରାଯାଇ ନୂତନ ପିଇଓଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଥିବା ବେଳେ ପଂଚାୟତର ଜିଆରଏସ ଜିତେନ୍ଦ୍ର ମହାପାତ୍ର, କ୍ଷଣପ୍ରଭା ରାଉତ, ସରପଂଚ ପିତବାସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରାଥମିକ ଶିକ୍ଷା ସଚେତନତା ପାଇଁ ଗୁଞ୍ଜରଣ ଯାତ୍ରା

ବାଲିଗୁଡା,୨୮/୧୧ /୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସ୍ତରୀୟ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା …

Leave a Reply

Your email address will not be published. Required fields are marked *